Latest Odisha News

‘ପୁଷ୍କରା’ର ସଫଳତା ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ପୁଷ୍କରାର ସଫଳତାକୁ ନେଇ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ ମିଶ୍ର । ୟୁନିଟ ୧ ଉଚ୍ଚ ବାଳକ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୁରାତନ ଛାତ୍ର, ପୋଲିସ କମିସନର ସୋମେନ୍ଦ୍ର ପ୍ରିୟଦର୍ଶୀ, ଡ଼ଃ ମଧୁ ମାଧବ ଜେନା, ମୋ ସ୍କୁଲ୍ ଅଭିଯାନ ସଭାପତି, ପୁରାତନ ଛାତ୍ର ସଂଘର ଉପସଭାପତି ଶିଳଭଦ୍ର ଶାସ୍ତ୍ରୀ, ଡ଼ଃ ଅରବିନ୍ଦ ମହାନ୍ତି, ଲିଙ୍ଗରାଜ ସେଠୀ, ଗଣେଶ ମହାପାତ୍ର, ବୁବୁ ଦାସ, ବରିଷ୍ଠ ସାମ୍ବାଦିକ ପିୟୁଷ ମହାନ୍ତି, ହେଡ୍ ମିଷ୍ଟ୍ରେସ୍ ରିନା ମଲ୍ଲିକଙ୍କ ସମତେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ସବ୍ୟସାଚୀ କହିଥିଲେ ଯେ, ଆମ ସମସ୍ତଙ୍କ ଜୀବନର ଅଭୂଲା ସ୍ମୃତି ଆମ ସ୍କୁଲ । ମୋ ସ୍କୁଲ୍‌ରେ ମତେ ମୋ ଫିଲ୍ମ ‘ପୁଷ୍କରା’ର ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ପୁରାତନ ଛାତ୍ର ସଂଘ, ଛାତ୍ର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏହି ସମ୍ମାନ ମତେ ଅନେକ ଆନନ୍ଦ ଆଣିଦେଇଛି । ନ୍ୟାସନାଲ/ଇଣ୍ଟରନ୍ୟାସନାଲ ଆୱାର୍ଡ ପାଇବା ଖୁସି ଠାରୁ ହଜାର ଗୁଣ ଖୁସି ଯେତେବେଳେ ନିଜ ସ୍କୁଲ ତା ପୁରୁଣା ଛାତ୍ରକୁ ସମ୍ମାନିତ କରେ । ଏଇ ଖୁସି ମତେ କେତେ ଆନନ୍ଦ ଦେଇଛି ତାହା କହିପାରିବି ନାହିଁ । ମୋତେ ଏତେବଡ଼ ପୁରସ୍କାର ଦେଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।

Comments are closed.