Latest Odisha News

BREAKING NEWS

ବିରାଟଙ୍କ ପରେ ରୋହିତ ବି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର

ନୂଆଦିଲ୍ଲୀ: ଶନିବାର ବିଶ୍ୱକପ୍ ଫାଇନାଲରେ ଭାରତକୁ ବିଜୟୀ କରାଇବା ପରେ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

ରୋହିତ କହିଛନ୍ତି ଯେ ସେ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ ଜାରି ରଖିବେ, କିନ୍ତୁ ସେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ଦୂରେଇ ଯିବେ। ରୋହିତଙ୍କ ସାଥୀ ବିରାଟ କୋହଲି ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବାର କିଛି ସମୟ ପରେ ରୋହିତ ଏହି ନିଷ୍ପତ୍ତି ନେଇଛନ୍ତି।

ଭାରତର ୧୧ ବର୍ଷର ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପରେ ରୋହିତ ବିରାଟ କୋହଲିଙ୍କ ସହ ମିଶି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାରେ ଦ୍ୱିତୀୟ ଖେଳାଳି ହୋଇଛନ୍ତି। ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଦ୍ୱିତୀୟ ଟି-୨୦ ବିଶ୍ୱକପ୍ ଟ୍ରଫି ହାସଲ କରିଛି। ୨୦୦୭ରେ ଭାରତର ପ୍ରଥମ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିଲେ ଧୋନି।

ଏହା ମୋର ଶେଷ (ଟି-୨୦) ମ୍ୟାଚ୍ ମଧ୍ୟ ଥିଲା। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏହାଠାରୁ ଭଲ ସମୟ ଆଉ କିଛି ନାହିଁ । ମୁଁ ଏହାର ପ୍ରତ୍ୟେକ ମୁହୂର୍ତ୍ତକୁ ଭଲ ପାଉଛି । ଏହି ଫର୍ମାଟରେ ଖେଳି ମୁଁ ମୋର ଭାରତ କ୍ୟାରିୟର ଆରମ୍ଭ କରିଥିଲି। ଏହା ହିଁ ମୁଁ ଚାହୁଁଥିଲି, ମୁଁ କପ୍ ଜିତିବାକୁ ଚାହୁଁଥିଲି। ଯାହାକୁ ଶବ୍ଦରେ କହିବା ଅତ୍ୟନ୍ତ କଷ୍ଟକର । ଏହା ମୋ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ । ମୁଁ ମୋ ଜୀବନରେ ଏହି ଟାଇଟଲ ପାଇଁ ବହୁତ ବ୍ୟଗ୍ର ଥିଲି। ଶେଷରେ ସଫଳତା ହାତେଇଥିବାରୁ ଖୁସି ବୋଲି ରୋହିତ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୩୭ ବର୍ଷୀୟ ରୋହିତ ୨୦୨୪ରେ ଆମେରିକା ଏବଂ କ୍ୟାରିବିଆନରେ ଅନୁଷ୍ଠିତ ଆଇସିସି ଟି-୨୦ ବିଶ୍ୱକପରେ ଭାରତ ପାଇଁ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଥିଲେ।

ଟି-୨୦ ବିଶ୍ୱକପ ବିଜୟ ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ କୋହଲି

Leave A Reply

Your email address will not be published.