Latest Odisha News

‘ଭର୍ଜିନ ବ୍ରାଇଡ’-ହ୍ୱାଏ ନଟ୍: ପ୍ରଫେସରଙ୍କ ଫେସବୁକରେ ପୁଣି ବିବାଦୀୟ ପୋଷ୍ଟ

କୋଲକାତା : ମହିଳାଙ୍କ କୁମାରିତ୍ୱକୁ ନେଇ ଅରୁଚିକର ତଥା ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍ କନକ ସରକାର ତାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି ।

ଆଦ୍ରିଜା ଚାଟାର୍ଜି ନାମ୍ନୀ ଜନୈକ ସାମ୍ବାଦିକା ସେୟାର କରିଥିବା ଏକ ପୋଷ୍ଟରେ ଏହି ପ୍ରଫସର ଜଣଙ୍କ ଜଣେ ଛାତ୍ରୀଙ୍କୁ ଟିପ୍ପଣୀ ଦେଇ କହିଛନ୍ତି (ପୁରୁଷମାନେ ଯାହା ଉପଭୋଗ କରିବାକୁ ଚାହାନ୍ତି, ତାହା ହେଉଛି ସିଏ) ।

https://www.facebook.com/adrija.chatterjee.58/posts/10217722322668259

ଭର୍ଜିନ ବ୍ରାଇଡ- କାହିଁକି ନୁହେଁ? ଭଳି ଏକ ପୋଷ୍ଟ ଲେଖି ପୁଣିଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି । ଫେସବୁକରେ ତାଙ୍କର ଏକ ପୋଷ୍ଟ ଓ ପରେ ଏହାକୁ ଡିଲିଟ୍ କରାଯିବା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ପରବର୍ତ୍ତୀ ସମୟରେ ଲୋକଙ୍କ କଟାକ୍ଷରୁ ମୁକୁଳିବା ପାଇଁ ସେ ଏହାକୁ ‘ବାକ୍ ସ୍ୱାଧିନତା’ କହିଥିଲେ ।

କନକ ସରକାର ତାଙ୍କ ଫେସବୁକ ଆକାଉଣ୍ଟରେ,“ଭର୍ଜିନ୍ ଗାର୍ଲ ଇଜ୍ ଲାଇକ୍ ସିଲ୍ଡ ବଟଲ୍” ଲେଖି ପୋଷ୍ଟ କରିଥିଲେ।

ପୂର୍ବରୁ ମଧ୍ୟ ଫେସବୁକରେ ବିବାଦୀୟ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ କନକ। ଏହାବ୍ୟତୀତ ମହିଳାଙ୍କ କୁମାରୀତ୍ୱକୁ ସେ ‘ସିଲଯୁକ୍ତ ବଟଲ’ ତଥା ‘ସିଲଯୁକ୍ତ ପ୍ୟାକେଟ୍’ ସହ ତୁଳନା କରିବା ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯିବା ପରେ ସମ୍ପୃକ୍ତ ପ୍ରଫେସର ଏହି ପୋଷ୍ଟଟିକୁ ଡିଲିଟ୍ କରିଦେଇଛନ୍ତି।

ସୂଚନାଯୋଗ୍ୟ ଯାଦବପୁର ବିଶ୍ୱବିଦ୍ୟାଳୟରେ ଇଣ୍ଟରନ୍ୟାଶନାଲ ରିଲେସନ୍ସ ପଢ଼ାଇ ଆସୁଥିବା କନକ ସରକାର ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.