Latest Odisha News

BREAKING NEWS

ଭୁବନେଶ୍ୱର: ଜବତ ହେଲା ୨୦ ବସ୍ତା ବେଆଇନ ମୁଦ୍ରା

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଓ ବାଣୀ ବିହାର ଅଞ୍ଚଳରୁ ଆୟକର ବିଭାଗ ମଙ୍ଗଳବାର ଦିନ ୨୦ ବସ୍ତା ମୁଦ୍ରା ଜବତ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଏହି ମୁଦ୍ରା ଭର୍ତ୍ତି ବସ୍ତାଗୁଡ଼ିକ ବେଆଇନ୍ ଭାବେ ଦୁଇଟି ବସରେ କୋଲାକାତାରୁ ଭୁବନେଶ୍ୱରକୁ ଚାଲାଣ କରାଯାଉଥିବା ନେଇ ଅଭିଯୋଗ ହୋଇଥିବା ଜଣାପଡିଛି।

ଆଇଟି ଡିପାର୍ଟମେଣ୍ଟ ଅଧିକାରୀମାନେ ସତସଙ୍ଗ ବିହାର ଓ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଚଢାଉ କରି ୨ଟି ବସରୁ ମୁଦ୍ରା ବସ୍ତା ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଘଟଣାରେ ସମ୍ପୃକ୍ତି ନେଇ ବସର ଡ୍ରାଇଭର ଓ ହେଲପରକୁ ଅଟକ ରଖାଯାଇ ପଚରାଉଚରା କରିବା ପାଇଁ ପୋଲିସ ହେପାଜତରେ ନେଇଥିବା ସୂଚନା ମିଳିଛି ।

ଆହୁରି ମଧ୍ୟ ଏହି ବେଆଇନ ମୁଦ୍ରା ଚାଲାଣରେ କାହାର ସମ୍ପୃକ୍ତି ରହିଛି ଏବଂ କେତେ ପରିମାଣର ମୁଦ୍ରା ରହିଛି, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଟିମ୍ ଖୁବଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.