Latest Odisha News

BREAKING NEWS

ନନ୍ଦାହାଣ୍ଡିରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି, ୧୭ ଅସୁସ୍ଥ

ନବରଙ୍ଗପୁର: ପୁଣି ବ୍ୟାପିଲା ଝାଡ଼ାବାନ୍ତି । କିଛିଦିନର ବ୍ୟବଧ୍ୟାନ ପରେ ପୁଣି ଥରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଝାଡ଼଼ାବାନ୍ତି ବ୍ୟାପିଛି । ବି.ମାଳିଗୁଡ଼ା ଗାଁର ଧୋବାସାହିରେ ଝାଡ଼ାବାନ୍ତିରେ ୧୭ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୫ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଘରେ ରହି ଚିକିତ୍ସିତ ହେଉଛନ୍ତି ୨ ଜଣ ।

ଝାଡ଼ାବାନ୍ତିରେ ଏକାଧିକ ଲୋକ ଆକ୍ରାନ୍ତ ହେବା ପରେ ଡାକ୍ତରୀ ଦଳ ଗାଁରେ କ୍ୟାମ୍ପ କରିଛି । ଲୋକଙ୍କୁ ସଚେତନ କରିବା ସହ ଘରକୁ ଘର ବୁଲି ଔଷଧ ଦିଆଯାଉଛି । ତେବେ ଲୋକେ ବ୍ୟବହାର କରୁଥିବା ପାଣିରୁ ଝାଡ଼ାବାନ୍ତି ବ୍ୟାପିଥିବା ଅନୁମାନ କରୁଛନ୍ତି ଡାକ୍ତର ।

ଲୋକ ବ୍ୟବହାର କରୁଥିବା ଜଳର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ପଠାଇଛି ପ୍ରଶାସନ । ସ୍ଥିତିରେ ସୁଧାର ନ ଆସିବା ଯାଏ ଡାକ୍ତରୀ ଟିମ ଗାଁରେ କ୍ୟାମ୍ପ କରି ରହିବ । ଗତ ଜୁଲାଇ ମାସରେ ନନ୍ଦାହାଣ୍ଡି ବ୍ଲକ ଖଡ଼ିଆଗୁଡ଼ା ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ ।

Leave A Reply

Your email address will not be published.