Latest Odisha News

BREAKING NEWS

ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ଏସସିବିରେ ଭର୍ତ୍ତି

କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଥମେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିବାବେଳେ ହେଲେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ପରେ କଟକ ଏସସିବି କୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କୁ ନ୍ୟୁ ମେଡିସିନ ୱାର୍ଡର ସ୍ୱତନ୍ତ୍ର କ୍ୟାବିନରେ ରଖାଯାଇଛି । ମେଡିସିନ୍ ଓ ପଲ୍ୟୁମନାରୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି । ପରେ ନେଫ୍ରୋଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କ ଚିକିତ୍ସା କରାଯିବ ।

କିଛି ଦିନ ପୂର୍ବେ ସେ ଜ୍ୱର ସହ କାଶ ରେ ପିଡିତଥିଲେ । ଦୁଇ ଦିନ ଧରି ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ହେଲେ ପୁଣି ତାଙ୍କର କିଡନୀ ଜନିତ ସମସ୍ୟା ବାହାରିଥିବା ରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୂର୍ବରୁ ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ଜନିତ ସମସ୍ୟାରେ ପୀଡ଼ିତ ଥିବାବେଳେ, ଗୁରୁତର ଅବସ୍ଥାରେ ୨୦୨୨ ଅଗଷ୍ଟ ୨୫ ତାରିଖରେ ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଠିକ ହେବାରୁ ତାଙ୍କୁ ଅଗଷ୍ଟ ୨୯ ତାରିଖରେ ଡିସଚାର୍ଜ କରାଯାଇଥିଲା । ଜଣାଯାଇଛି ।

Leave A Reply

Your email address will not be published.