Latest Odisha News

ପୁଣି ନଗଡାରେ ଚାଂଚଲ୍ୟ ଖେଳାଇଲା ବାଲ୍ୟ ବିବାହ

ଯାଜପୁର: ଆଜିର ସମୟରେ ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ତଥାପି ବାଲ୍ୟ ବିବାହ ଭଳି କୁପ୍ରଥାରୁ ମୁକୁଳିପାରିନି ଆମ ସମାଜ । ଏଥିପାଇଁ ସରକାର ବହୁ ପ୍ରକାର ସଚେତନ କରିଥିଲେ ବି ଲୋକେ କିନ୍ତୁ ସୁଧୁରିବାକୁ ନାଁ ଧରୁନାହାଁନ୍ତି । ଅନ୍ୟ କେଉଁଠି ନୁହେଁ ଯାଜପୁର ସୁକିନ୍ଦା ବ୍ଲକର ଅପହଂଚ ଇଲାକା ନଗଡାରେ ସାମ୍ନାକୁ ଆସିଛି ବାଲ୍ୟ ବିବାହ ଭଳି କୁପ୍ରଥା ।

ବେଶି ପୁରୁଣା ନୁହେଁ ଗତମାସ ୩୦ ତାରିଖରେ ହୋଇଥିଲା ଏକ ବାଲ୍ୟ ବିବାହ । ତଳନଗଡାର ଜଣେ୧୪ ବର୍ଷୀୟ ପୁଅ ସହ କେନ୍ଦୁଝର ଅଂଚଳର ଜଣେ ୧୩ ବର୍ଷୟା ଝିଅକୁ ବିବାହ କରାଯାଇଥିଲା । ଏହି ବିବାହ ବିଷୟରେ ଚାଇଲ୍ଡ ହେଲ୍ପ ଲାଇନ୍ ସଦସ୍ୟ ଖବର ପାଇବା ପରେ ଗତକାଲି କାଳିଆପାଣି ପୋଲିସ ଉଭୟ ପୁଅ ଓ ଝିଅକୁ ଉଦ୍ଧାର କରିଥିଲା ।

ଉଭୟ ନାବାଳକ ଓ ନାବାଳିକାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିଲା । ପରେ ପୁଅକୁ ବାଳାଶ୍ରମ ଓ ଝିଅକୁ ୱାନ ଷ୍ଟପ୍ କେନ୍ଦ୍ରରେ ରଖାଯାଇଥିବା ସୂଚନା ମିଳିଛି । ଚାଇଲ୍ଡ ହେଲ୍ପ ଲାଇନ୍ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ବାଲ୍ୟ ବିବାହ ସଂପର୍କିତ ସମସ୍ତ ତଥ୍ୟ ଯାଂଚ ପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରେ ପରିସ୍ଥିତି ସପକ୍ଷରେ ଥିଲେ ନାବାଳିକା ଓ ନାବାଳକଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.