Latest Odisha News

ସର୍ବବୃହତ ଖାଦ୍ୟ କମ୍ପାନୀ ନେସ୍‌ଲେର ୬୦ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ଅସ୍ୱାସ୍ଥ୍ୟକର; ରିପୋର୍ଟ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଖାଦ୍ୟ କମ୍ପାନୀ ନେସ୍‌ଲେର ୬୦ ପ୍ରତିଶତ ଖାଦ୍ୟ ଏବଂ ପାନୀୟ ଅସ୍ବାସ୍ଥ୍ୟକର ବୋଲି ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶ ପାଇଛି। କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସ୍‌ଲେ ନିଜେ ସ୍ବୀକାର କରିଛି। କମ୍ପାନୀର ଏକ ଅନ୍ତରୀଣ ତଥ୍ୟକୁ ନେଇ ଖୋଳତାଡ ଚାଲିଥିବା ଏହି ତଥ୍ୟର ଖୁଲାସା ହୋଇଛି। ପୂର୍ବରୁ ମାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା।

‘ଫାଇନାନ୍ସିଆଲ୍ ଟାଇମ୍ସ’ ଦ୍ୱାରା ଦେଖାଯାଇଥିବା ଚଳିତ ବର୍ଷ ବରିଷ୍ଠ କାର୍ଯ୍ୟନିର୍ବାହୀମାନଙ୍କ ମଧ୍ୟରେ ପ୍ରସାରିତ ଏକ ଉପସ୍ଥାପନାରେ କୁହାଯାଇଛି ଯେ ନେସ୍‌ଲେର ଖାଦ୍ୟ ଏବଂ ପାନୀୟ ଅଷ୍ଟ୍ରେଲିଆର ହେଲ୍‌ଥ୍‌ ଷ୍ଟାର୍‌ ମୂଲ୍ୟାୟନ ଅନୁଯାୟୀ ୩.୫ ରୁ ଅଧିକ ରେଟିଂ ହାସଲ କରିଛି।

ନେସଲେ କମ୍ପାନୀ ଭାରତରେ କିଟକାଟ୍ ଚକୋଲେଟ, ଆଇସ କ୍ରିମ୍, ଦୁଗ୍ଧ ଜାତ ସାମଗ୍ରୀ, କଫି, ମାଗି ଇତ୍ୟାଦି ଅନେକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି। କମ୍ପାନିକୁ ନେଇ ବିବାଦ ପୁଣି ଥରେ ଉଠିଥିବା ବେଳେ କମ୍ପାନୀ ଏବେ ଏହାକୁ ସଜାଡିବାକୁ ଚେଷ୍ଟା କରୁଛି।

Leave A Reply

Your email address will not be published.