Latest Odisha News

ଚର୍ଚ୍ଚାରେ ଏମାର ମଠ, ମେଟାଲ ଡିଟେକ୍ଟରରେ କରାଗଲା ଯାଞ୍ଚ

ପୁରୀ : ପୁଣି ଚର୍ଚ୍ଚାରେ ପୁରୀର ଏମାର ମଠ । ପୋତାଧନ ଥିବା ସନ୍ଦେହରେ ଆଜି ପୁଣି ମଠକୁ ଟିକିନିଖି ଯାଞ୍ଚ କରିଛି ଏଏସଆଇ ଓ ପୁରୀ ପ୍ରଶାସନର ସ୍ବତନ୍ତ୍ର ଟିମ । ମେଟାଲ ଡିଟେକ୍ଟର ସହାୟତାରେ ମଠର ଯାଞ୍ଚ ହୋଇଛି । ଦୁଇଟି ସ୍ଥାନରେ ପୋତାଧନ ଥିବା ନେଇ ଟିମ୍ ସନ୍ଦେହ କରିଛି । ଟ୍ରଷ୍ଟ ବୋର୍ଡ କମିଟି ବୈଠକରେ ଏନେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ତେବେ ଆଗକୁ ଉଚ୍ଚକ୍ଷମତା ସମ୍ପନ୍ନ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ କରିବାକୁ ଦାବି କରାଯିବ ବୋଲି ଟିମ କହିଛି ।

ପୂର୍ବରୁ ଏମାର ମଠ ଇଣ୍ଟେରିମ୍ ଟ୍ରଷ୍ଟ ବୋର୍ଡ ଦେବୋତ୍ତର ବିଭାଗକୁ ଯାଞ୍ଚ ପାଇଁ ଚିଠି ଲେଖିଥିଲା । ସେହି ଅନୁସାରେ ଆଜି ଦୋବୋତ୍ତର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚରେ ଦେବୋତ୍ତର ବିଭାଗ କର୍ମଚାରୀ ମେଟାଲ୍ ଡିଟେକ୍ଟର ଟିମ୍, ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ଓ ମଠ ସଦସ୍ୟ ବି ସାମିଲ ହୋଇଥିଲେ । ପୂର୍ବରୁ ଏହି ମଠରୁ ୫୨୨ ରୁପା ଇଟା ମିଳିଥିଲା । ଏହାପରେ ଦ୍ବିତୀୟ ଥର ଯାଞ୍ଚ ବେଳେ ୪୫ ରୁପା ଇଟା ମିଲିଥିଲା ।

Comments are closed.