Latest Odisha News

ପୁଣି ବିଜେଡିକୁ ସୌମ୍ୟଙ୍କ କଡା କଟାକ୍ଷ, ‘ଅହଂକାର ବୁଡାଇଲା’

ବାଙ୍କୀ: ପୁଣି ବିଜେଡିକୁ ଶାଣିତ ଆକ୍ରମଣ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ବିଜେଡି କାହିଁକି ହାରିଲା କାରଣ ଦର୍ଶାଇ କଟାକ୍ଷ କରି କହିଛନ୍ତି । ସୌମ୍ୟ କହିଛନ୍ତି, ବିଜେଡି କାହିଁକି ହାରିଛି କେହି ଆଲୋଚନା ପାଇଁ ପ୍ରସ୍ତୁତ ନାହାନ୍ତି । ଓଡିଶାବାସୀଙ୍କ ମନରେ ବିଜେଡିକୁ ବୁଦ୍ଧି ଶିଖାଇବା ଓ ସରକାରଙ୍କ ଅହଂକାର ଭାଙ୍ଗିବାକୁ ଉତ୍ସାହ ଥିଲା । ଏଥିରେ ଅସ୍ମିତାର ବିଜୟ ଯେତିକି ହୋଇନି, ଅହଂକାରର ପରାଜୟ ତାଠୁ ଅଧିକ ହୋଇଛି ବୋଲି ସୌମ୍ୟ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ନିର୍ବାଚନ ତାଙ୍କୁ ଶିକ୍ଷା ଦେଇଛି ଯେ, ଅହଂକାରର ନିଶ୍ଚିତ ପରାଜୟ ହେବ । ସମସ୍ତେ ପାର୍ଟିକୁ ତଳେ ରଖି, ମାଟିକୁ ଉପରେ ରଖିବା ଆବଶ୍ୟକ ।

ବାଙ୍କୀ ମହୋତ୍ସବରେ ବିଜେଡିକୁ ଆଟାକ୍‌ କରି କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ସୌମ୍ୟ । ସ୍ଥାନୀୟ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ କଟାକ୍ଷ କରି କହିଛନ୍ତି । ତାର ଅହଂକାର ଯୋଗୁଁ ବିଜେଡି ହାରିଛି ବୋଲି କହିଛନ୍ତି ।

ତେବେ କହିରଖୁଚୁ, ବିଜେଡି ହାରିବା ପରଠାରୁ ଏହାର କାରଣ ନେଇ ଅନେକ ବରିଷ୍ଠ ନେତା ପର୍ଯ୍ୟାୟକ୍ରମେ ନିଜର ମତ ରଖିଆସୁଛନ୍ତି । ଏମିତିକି ବିଜେଡିର ବହୁ ନେତା ମଧ୍ୟ ଦଳ ଉପରକୁ ଯାଇ ପରାଜୟର କାରଣକୁ ସ୍ପଷ୍ଟଭାବେ ବର୍ଣ୍ଣନା କରୁଛନ୍ତି । କାରଣ ପୂର୍ବରୁ ପାର୍ଟିରେ କିଛି କହିବା ବେଳେ କାର୍ଯ୍ୟନୁଷ୍ଠାନର ଭୟ ଥିଲା । ହେଲେ ହେଲେ ହାରିବା ପରେ ଯେପରି ନରମି ଯାଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ବହୁ ନେତା ବହୁ କଥା କହିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହା ଉପରେ ନିଜର ମତ ରଖିନାହାନ୍ତି ।

Leave A Reply

Your email address will not be published.