Latest Odisha News

BREAKING NEWS

ପୁଣି ଝାରସୁଗୁଡାରୁ ହାଇଦ୍ରାବାଦକୁ ଉଡାଣ ସେବା ଦେବ ସ୍ପାଇସ ଜେଟ୍

ଝାରସୁଗୁଡା: ପୁଣିଥରେ ଝାରସୁଗୁଡାରୁ ହାଇଦ୍ରାବାଦକୁ ବିମାନ ଉଡ଼ିବ। ଆସନ୍ତା ୨୦ ତାରିଖରୁ ଏହି ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଆଉ ସେହି ବିମାନ କମ୍ପାନୀ ସ୍ପାଇସ ଜେଟ୍ ଉଡାଣ ସେବା ଯୋଗାଇବ ବୋଲି ସୂଚନା ରହିଛି। ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଏହି ବିମାନ ସେବା ଦିନବେଳା ଯୋଗାଇ ଦିଆଯିବ। ମାର୍ଚ୍ଚ ୧୬ରୁ ଏହି ସେବା ସଂଧ୍ୟାରେ ମିଳିବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଡିଜିସିଏ ସ୍ପାଇସ୍‌ ଜେଟ୍‌ର ବିମାନ ସେବାକୁ  ସଙ୍କୁଚିତ କରିଦେଇଥିଲା। ତେଣୁ ବିମାନ ସେବା ବନ୍ଦ ରହିଥିଲା। ଏହାକୁ ପୁଣିଥରେ ଚାଲୁ କରିବାକୁ ଦାବି ମଧ୍ୟ ହୋଇଥିଲା। ଶେଷରେ ଏବେ ଏହି ସେବାକୁ ପୁନର୍ବାର ଆରମ୍ଭ କରିବା ପାଇଁ ସ୍ପାଇସ୍‌ ଜେଟ୍‌ ପ୍ରସ୍ତୁତି ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର। ରାଜ୍ୟ ବାହାରକୁ ଯିବା ପାଇଁ ହେଲେ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଏହା ଉପରେ ନିର୍ଭର କରନ୍ତି। ତେଣୁ ଏହି ବିମାନ ବନ୍ଦରକୁ ପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ କରିବା ସହିତ ଦେଶର କୋଣ ଅନୁକୋଣକୁ ବିମାନ ସେବା ଯୋଗାଇ ଦେବାକୁ ଦାବି ହୋଇ ଆସୁଛି।

 

Leave A Reply

Your email address will not be published.