Latest Odisha News

BREAKING NEWS

ପୁଣି ଖବରରେ ପାଣ୍ଡିଆନ, କିଛି ଏମିତି କହିଲେ ଆଇନମନ୍ତ୍ରୀ……

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଘନ ଘନ ଗସ୍ତ କରୁଥିଲେ ପୂର୍ବ ସରକାରଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ । ହେଲିକପ୍ଟର ଧରି ଜିଲ୍ଲାରୁ ଜିଲ୍ଲା ଘୂରିବୁଲୁଥିଲେ । ଖବର, ପୋଷ୍ଟର, ବ୍ୟାନର, ସଭାସ୍ଥଳ ସବୁଠି ଆଗ ଧାଡିରେ ରହୁଥିଲେ । ହେଲେ ଏବେ ତାଙ୍କର ଟେର୍ ନାହିଁ । ନିର୍ବାଚନରେ ବିଜେଡି ହାରିବା ପରେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇ ସତେ ଯେପରି ଉଭାନ ହୋଇଯାଇଛନ୍ତି ପାଣ୍ଡିଆନ ବାବୁ । ହେଲେ ଏବେ ବି ତାଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି । କୁଆଡେ ଗଲେ? କୋଉଠି ଅଛନ୍ତି? କ’ଣ କରୁଛନ୍ତି? ତାଙ୍କ ଯୋଗୁଁ ହିଁ ବିଜେଡି ହାରିଲା! ଏମିତି ଅନେକ ଚର୍ଚ୍ଚା ତାଙ୍କୁ ନେଇ ଶୁଣିବାକୁ ମିଳୁଛି । କିଏ କିଏ ତ ଏହା ବି କହୁଛନ୍ତି ଯେ କି ସେ ଏବେ ନବୀନ ନିବାସରେ ଲୁଚି ବସିଛନ୍ତି । ଆଉ ପଛଆଡୁ ଓଡିଶା ରାଜନୀତିରେ ଗୋଟି ଚଲାଉଛନ୍ତି । ତେବେ ସେ ଯାହା ବି ହେଉ ଆମେ ସେ ଦିଗକୁ ଯିବା ନାହିଁ ।

ଆମର ପ୍ରସଙ୍ଗ ହେଉଛି ପୁଣି ଖବରର ଶିରେନାମା ପାଲଟିଛନ୍ତି ପାଣ୍ଡିଆନ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଯାଇ ଯୋଉ ଜିଲ୍ଲାରୁ ଜିଲ୍ଲା ଗସ୍ତ କରୁଥିଲେ ତାକୁ ନେଇ ପୁଣି ତେଜିଛି ବିବାଦ । ଏବେ ସେ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେବ । ଜଣେ ସଚିବଙ୍କୁ ହେଲିକପ୍ଟର ବ୍ୟବହାର ପାଇଁ କିଏ ଓ କେମିତି ଅନୁମତି ଦେଲା, ଟଙ୍କା କେଉଁଠୁ ଆସିଥିଲା ସବୁ ଉପରୁ ପରଦା ଉଠାଇବା ପାଇଁ କହିଥିଲେ ପରିବହନ ମନ୍ତ୍ରୀ । ଯାହା ପରେ ଆରମ୍ଭ ହୋଇଥିଲା ଖୋଳତାଳ ।

ତେବେ ଏହି ସବୁ ବିବାଦ ଭିତରେ ଏବେ ପାଣ୍ଠିଆନଙ୍କ ହେଲିକପ୍ଟର ନେଇ ଆରଟିଆଇ ଯେଉଁ ତଥ୍ୟ ଦେଇଛି ତାହା ସମସ୍ତଙ୍କୁ ଚକିତ କରିଛି । କୋଟି କୋଟି ଟଙ୍କା ଉଡିଛି ପାଣ୍ଡିଆନଙ୍କ ଗସ୍ତରେ । ହେଲିପ୍ୟାଡ, ବ୍ୟାରିକେଡ୍ ନିର୍ମାଣ, ସଭାସ୍ଥଳ ଆୟାଜନ ସବୁଥିରେ ପାଣି ଭଳି ଟଙ୍କା ବୁହାହୋଇଛି । ମୋଟ ୨୦୦ ଥର ହେଲିପ୍ୟାଡରେ ଗସ୍ତ କରିଛନ୍ତି ପାଣ୍ଡିଆନ । ଆଉ ପ୍ରତ୍ୟେକ ଥର ଖର୍ଚ୍ଚ ହୋଇଛି ୫୦ ରୁ ୬୦ ଲକ୍ଷ ଟଙ୍କା । ସବୁଠୁ ବଡ କଥା ହେଉଛି ଏ ସବୁ ସରକାରୀ ପାଣ୍ଠିରୁ ଯାଇଛି । ଯାହାକୁ ନେଇ ଏବେ ତେଜିଛନ୍ତି ବର୍ତ୍ତମାନର ବିଜେପି ସରକାର ।

ଏନେଇ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି, ପାଣ୍ଡିଆନ୍‌ଙ୍କ ହେଲିକପ୍ଟର ଖର୍ଚ୍ଚର ସ୍ପଷ୍ଟତା ଆସିବା ଆବଶ୍ୟକ । ପାଣ୍ଡିଆନ ଚାକିରିରେ ଥିବା ସମୟରେ ଏବଂ ଚାକିରି ଛାଡିବାପରେ ଗସ୍ତ କରିଥିବା ହେଲିକପ୍ଟର ବାବଦ ସମସ୍ତ ଖର୍ଚ୍ଚର ବିଧିବଧ ତଦନ୍ତ ହେବ । ସରକାରୀ ଅର୍ଥରେ କେଉଁ ସ୍ବାର୍ଥରେ ହେଲିପ୍ୟାଡ୍ ତିଆରି ହେଉଥିଲା ତାହାର ତଦନ୍ତ କରାଯିବ । ଜଣେ ସଚିବଙ୍କୁ ହେଲିକପ୍ଟର ବ୍ୟବହାର ଅନୁମତି କେମିତି ମିଳିଲା, ଆଉ ଏଥିପାଇଁ କିଏ ନିର୍ଦ୍ଦେଶ ଦେଲେ ସେ ସବୁର ତଦନ୍ତ କରି ସରକାରୀ ଅର୍ଥକୁ ଅପବ୍ୟବହାର କରିଥିବା ଲୋଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ରୋକ ଠୋକ ଶୁଣାଇଛନ୍ତି ମନ୍ତ୍ରୀ । ଅନ୍ୟପଟେ ଏହାକୁ ସମର୍ଥନ କରିଛି କଂଗ୍ରେସ । ଏନେଇ କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।

Comments are closed.