Latest Odisha News

ମଣ୍ଡିରେ ଟୋକନ ଅବ୍ୟବସ୍ଥା; ରାସ୍ତାରେ ଧାନବସ୍ତା ରଖି ମାଲକାନଗିରି ଚାଷୀଙ୍କ ପ୍ରତିବାଦ

ମାଲକାନଗିରି: ଧାନ ଅମଳ କରିସାରିବା ପରେ ରାଜ୍ୟର ଚାଷୀ ହନ୍ତସନ୍ତ ହେଉଛନ୍ତି । ଚାଷୀଙ୍କ ଚିନ୍ତା ବଢ଼ାଉଛି ଟୋକନ ବ୍ୟବସ୍ଥା । ମଣ୍ଡିରେ ପଡି ରହୁଛି ଶହ ଶହ ଧାନ ବସ୍ତା । ସରକାରଙ୍କୁ ଜଣାଇବା ପାଇଁ ଚାଷୀ ବିଭିନ୍ନ ମାଧ୍ୟମରେ ପ୍ରତିବାଦ ଜଣାଉଛନ୍ତି । ଆଜି ମାଲକାନଗିରି ଜିଲ୍ଲା କୋରକୋଣ୍ଡାରେ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି ଚାଷୀ । ଟୋକନ ମିଳୁନଥିବା ଓ ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି । ମାଲକାନଗିରି-ବାଲିମେଳା ରାସ୍ତାରେ ଗମନାଗମନ ପ୍ରଭାବିତ ହୋଇଥିବାବେଳେ ଯାତ୍ରୀ ହଇରାଣ ହୋଇଛନ୍ତି ।

ସେମିତି ଟୋକନ ନ ମିଳିବା, ମଣ୍ଡିରୁ ଧାନ ନ ଉଠିବା ଯୋଗୁଁ ବର୍ଷାରେ କ୍ୱିଂଟାଲ କ୍ୱିଂଟାଲ ଧାନ ଭିଜିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୌଦ୍ଧ ଜିଲ୍ଲାର ଚାଷୀ । କେଉଁଠି ଧାନ ପଚିଗଲାଣି ତ କେଉଁଠି ଗଜା ହୋଇଯାଇଛି । ମଣ୍ଡିରେ ଧାନ ଘୋଡାଇବା ପାଇଁ କିଛି ବ୍ୟବସ୍ଥା ନଥିବାରୁ ହଇରାଣ ହୋଇଛନ୍ତି ଚାଷୀ ।

Leave A Reply

Your email address will not be published.