ମୁମ୍ବାଇ: ବଲିଉଡ ଦୁନିଆର ବାଦଶାହା ଶାହାରୁଖ ଖାନଙ୍କ ସ୍ଥାନ ନେବା ପାଇଁ ଯାଉଛନ୍ତି ହ୍ୟାଣ୍ଡସମ ହଙ୍କ କାର୍ତ୍ତିକ ଆରୟନ । ଖାଲି ସେତିକି ନୁହେଁ ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସ୍ଥାନ ନେବେ ଛୋଟେ ନବାବଙ୍କ କନ୍ୟା ସାରା ଅଲ୍ଲୀ ଖାନ ।
ଠିକ ଶୁଣିଲେ ଆଜ୍ଞା । ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ରୋହିତ ସେଟ୍ଟି ସାରା-କାର୍ତ୍ତିକଙ୍କୁ ନିଜ ଆଗାମୀ ଫିଲ୍ମ ପାଇଁ କାଷ୍ଟ କରିବାକୁ ଚାହାଁନ୍ତି। ଏହି ବିଷୟରେ ରୋହିତ ନିଜେ ନେହା ଧୁପିୟାଙ୍କ ଚାଟ୍ ଶୋ’ରେ କହିଥିବାରୁ ଶୁଣିବାକୁ ମିଳିଛି ।
ଆହୁରି ମଧ୍ୟ ସେ କହିଛନ୍ତି ଯଦି ସେ ଚେନ୍ନାଇ ଏକ୍ସପ୍ରେସ୍ର ଦ୍ୱିତୀୟ ପାର୍ଟ ନିର୍ମାଣ କରିବେ ତାହେଲେ ନିଶ୍ଚିତ ଭାବେ ସେ ଏହି ଯୋଡିକୁ ସାଇନ୍ କରିବେ।
ରୋହିତ ଏବେ ତାଙ୍କ ସୂର୍ଯ୍ୟବଂଶୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭନୟ କରିଛନ୍ତି।
ଅପରପକ୍ଷରେ ସାରା-କାର୍ତ୍ତିକଙ୍କ ‘ଲଭ୍ ଆଜ୍ କଲ୍-୨’ ଫେବୃୟାରୀ ୧୪ରେ ମୁକ୍ତିଲାଭ କରିବ।
ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆରୟନଙ୍କ ଯୋଡି ଏବେ ନିର୍ଦେଶକଙ୍କ ପ୍ରଥମ ପସନ୍ଦ ସାଜିଛି । ଉଭୟଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରାଯାଉଛି।