Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମୁଖ୍ୟମନ୍ତ୍ରୀଙ୍କ କାରକେଡ ଅଟକାଇଲେ ‘ଅଗ୍ନିପଥ’ ବିକ୍ଷୋଭକାରୀ

ଚଣ୍ଡିଗଡ଼: ‘ଅଗ୍ନିପଥ’କୁ ବିରୋଧ । ଅଟକିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ । ଦେଶବ୍ୟାପୀ ଅଗ୍ନିପଥକୁ ନେଇ ନିଆଁ ଜଳୁଛି । ପ୍ରତିବାଦ ଜାରି ରହିଥିବା ବେଳେ ଆଶାୟୀ ଆନ୍ଦୋଳନକାରୀ ନିଜ ଜିଦରେ ଅଡ଼ି ବସିଛନ୍ତି । ଯଦିଓ ସେନାରେ ଭର୍ତ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାରେ ରାଜ୍ୟ ସରକାରଙ୍କ କୌଣସି ଭୂମିକା ନାହିଁ । ତଥାପି ବିଭିନ୍ନ ରାଜ୍ୟରେ ଚାଲିଥିବା ଆନ୍ଦୋଳନରେ ରାଜ୍ୟ ସରକାର କ୍ଷତି ସହୁଛନ୍ତି ।

ପ୍ରାୟତଃ କୌଣସି ମୁଖ୍ୟମନ୍ତ୍ରୀ ବିକ୍ଷୋଭକାରୀଙ୍କ କଥା ଶୁଣିବାକୁ ଅଟକି ନଥାନ୍ତି । କିନ୍ତୁ ପଞ୍ଜାବରେ ପ୍ରତିବାଦ ବେଳେ ଆନ୍ଦୋଳନକାରୀଙ୍କ କଥା ଶୁଣିବାକୁ ଅଟକିଛନ୍ତି ଭଗୱନ୍ତ ମନ୍ । ଏନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଟ୍ୱିଟରେ ଭିଡିଓ ପୋଷ୍ଟ କରାଯାଇଛି । ଭିଡିଓରେ ଦେଖା ଯାଉଛି, ମନ୍ ଏକ ରୋଡ ଶୋରେ ଯିବା ବେଳେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ କାର ପଛରେ ଦୌଡ଼ୁଛନ୍ତି । ତୁରନ୍ତ ମୁଖ୍ୟମନ୍ତ୍ରୀ ଗାଡ଼ି ଅଟକାଇବା ସହ କଳା ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କ ସହ କଥା ହୋଇଥିଲେ ।

ବିକ୍ଷୋଭକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ହାତ ମିଳାଇବା ସହ କହିଛନ୍ତି, ‘ଅଗ୍ନିପଥ’କୁ ନେଇ ସବୁ ରାଜନୈତିକ ଦଳର ନେତା ଆଲୋଚନା କରିବା ଆବଶ୍ୟକ । ଆନ୍ଦୋଳନକାରୀ କଥା ଶୁଣିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଂସଦ ମାନେ ଆଲୋଚନା କରିବାକୁ ଗଲେ ମୁଁ ନିଶ୍ଚୟ ଯିବି ।

‘ଅଗ୍ନିପଥ’ ଯୋଜନାକୁ ନେଇ ବିହାର, ଉତ୍ତରପ୍ରଦେଶ, ତେଲଙ୍ଗାନା ସହ ଅନେକ ରାଜ୍ୟ ଜଳୁଥିବା ବେଳେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି । ପ୍ରବଳ ବିରୋଧ ପରେ ସରକାର ଅଗ୍ନିବୀରଙ୍କ ପାଇଁ ସେଣ୍ଟ୍ରାଲ୍ ଆର୍ମଡ ପୋଲିସ ଫୋର୍ସରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ନେଇଛନ୍ତି । ତଥାପି ବିରୋଧ ଥମୁନଥିବା ବେଳେ ଆଶାୟୀଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.