Latest Odisha News

BREAKING NEWS

ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ । ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣି ଗାଁର ଶୈଳବାଳା ଦେହୁରୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳେ ଗାଁ ନିକଟ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ ଶୈଳବାଳା ଓ ବତୀ । ହାତୀକୁ ଦେଖି ବତୀ ପ୍ରଧାନ ଦୌଡ଼ି ପଳାଇ ଯାଇଥିବା ବେଳେ ଶୈଳବାଳାକୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ମାରି ଦେଇଥିଲା ।

ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ସୂଚନା ଯୋଗ୍ୟ, ଡଙ୍ଗାପଳ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ୧୦ ଦିନରେ ଅଧିକ ଦିନ ହେଲା ୧୪ ଟିକିଆ ହାତୀପଲ ରହୁଛନ୍ତି । ସନ୍ଧ୍ୟା ହେଲେ ଡଙ୍ଗାପାଳ, ଖଇରବେରେଣି, ଭାଲିଆସର ଆଦି ଗାଁ ମୁହାଁ ହେଉଛନ୍ତି ହାତୀପଲ । ବ୍ୟାପକ ଫସଲ ନଷ୍ଟ କରିବା ସହ ଗୁହାଳ ଆଦି ଭାଙ୍ଗି ନଷ୍ଟ କରି ଦେଉଛନ୍ତି ।

Leave A Reply

Your email address will not be published.