Latest Odisha News

BREAKING NEWS

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ସେନା ପକ୍ଷରୁ ବ୍ୟାପକ ପରିବର୍ତନ କରାଯାଇଛି । ନୂତନ ନିୟମ ଅନୁସାରେ ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଏକ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ । ଏହା ପରେ ନିଯୁକ୍ତି ରାଲୀରେ ଫିଜିକାଲ ଫିଟନେସ ଦେଖାଯିବ । ପୂର୍ବରୁ ପ୍ରଥମେ ଅଗ୍ନିବୀର ନିମନ୍ତେ ଫିଜିକାଲ ଫିଟନେସ ଟେଷ୍ଟ ଏବଂ ପରେ ଡାକ୍ତରୀ ପରୀକ୍ଷା ହେଉଥିଲା । ଶେଷରେ ପ୍ରବେଶିକା ପରୀକ୍ଷାରେ ପାସ ହେବାକୁ ପଡିଥିଲା । ସୂଚନାଯୋଗ୍ୟ, ଏହି ନିୟମ ଅନୁସାରେ ୧୯୦୦୦ ଅଗ୍ନିବୀର ସେନାରେ ଯୋଗ ଦେଇ ସାରିଛନ୍ତି । ପରବର୍ତୀ ନିଯୁକ୍ତି ପ୍ରକ୍ରିୟାରେ ନୂତନ ନିୟମ ୪୦୦୦୦ ପ୍ରାର୍ଥୀଙ୍କ ଉପରେ ଲାଗୁ ହେବ ।

ପ୍ରଥମରୁ ଶାରୀରିକ ଟେଷ୍ଟଗୁଡିକ ରଖାଯିବ ଫଳରେ ବହୁ ମାତ୍ରାରେ ସୁରକ୍ଷାକର୍ମୀ ଏବଂ ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ପଡିଥିଲା । ଏବେ ଏଂଟ୍ରାନ୍ସ ଟେଷ୍ଟ ଯୋଗୁ ଏହାର ମାତ୍ରା ବହୁ ମାତ୍ରାରେ କମିଯିବ ବୋଲି ଆଶା କରାଯାଉଛି । ଯାହା ଫଳରେ ସୁଚାରୁରୂପେ ନିଯୁକ୍ତି ପ୍ରକ୍ରିୟା ଲାଗୁ କରାଯାଇ ପାରିବ ।

Leave A Reply

Your email address will not be published.