Latest Odisha News

BREAKING NEWS

ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ

ଢେଙ୍କାନାଳ: ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଶହ ଶହ ଏକର ଜଙ୍ଗଲ। ଖରାଦିନ ନହେଉଣୁ ଜଙ୍ଗଲରେ ଏବେଠୁ ଲାଗିଲାଣି ନିଆଁ । ଗୋଟିଏ ସ୍ଥାନରେ ନିଆଁ ଲାଗି ତାହା ଧୀରେ ଧୀରେ ସମଗ୍ର ଜଙ୍ଗଲରେ ବ୍ୟାପିବାରେ ଲାଗିଲାଣି । ଏମିତି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କାନପୁରା ଗାଁ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରେ ।  ହଜାର ହଜାର ସଂଖ୍ୟକ ମୂଲ୍ୟବାନ ଶାଳ, ପିଆଶାଳ ଗଛ ନିଆଁରେ ଜଳିପୋଡି ନଷ୍ଟ ହୋଇଗଲାଣି ।

BjdElectrycity

ଶୁଖିଲା ପତ୍ର ଯୋଗୁ ଜଙ୍ଗଲ ନିଆଁ ସହଜରେ ବ୍ୟାପିବାରେ ଲାଗିଛି । ଏଥିସହିତ ଚାଷ ଜମି ଗୁଡ଼ିକରେ ନିଆଁ ଲଗାଯିବା ଯୋଗୁଁ କାନପୁରା ଗାଁ ଏବେ ନିଆଁ ମୁହାଁ । ଆଉ ତାରି ଭିତରେ ବହୁ ମୂଲ୍ୟବାନ ଗଛ ମଧ୍ୟ ପୋଡି ନଷ୍ଟ ହୋଇଗଲାଣି । ତେବେ ଜଙ୍ଗଲରେ ପାକୃତିକ ଉପାୟରେ ନିଆଁ ଲାଗିଛି ନା ଅନ୍ୟ କେହି ନିଆଁ ଲଗାଇବା ଯୋଗୁ ଜଙ୍ଗଲ ଜଳୁଛି ତାହା ସ୍ପଷ୍ଟ ହାଇପାରିନି ।

ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ଓ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରହିଛି । ତେବେ ଏଠାରେ ଗତ କାଲି ଜଙ୍ଗଲ ସହିତ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ହେବା ସହ ନିଆଁ ନଲାଗିବା ପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ହୋଇଥିଲା । ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ ।

Leave A Reply

Your email address will not be published.