Latest Odisha News

ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ନିଲମ୍ବିତ ହେଲେ କୃଷି ଅଧିକାରୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁନିତଳା ବ୍ଲକ ଅନ୍ତର୍ଗତ ଜଣେ ବନ୍ୟା ପ୍ରଭାବିତ ଚାଷୀଙ୍କଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ମଙ୍ଗଳବାର ଦିନ ନିଲମ୍ବିତ ହୋଇଛନ୍ତି ଗ୍ରାମୀଣ କୃଷି ଅଧିକାରୀ ଶୁଭେନ୍ଦୁ ବେହେରା ।

କୃଷି ଅଧିକାରୀ ଜଣଙ୍କ ଚାଷୀଙ୍କୁ ଲାଞ୍ଚ ମାଗୁଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ଅଧିକାରୀ ଜଣଙ୍କ ଉକ୍ତ ଚାଷୀଙ୍କୁ ନିଜ ଘରକୁ ଡାକି ତାଙ୍କୁ ଲାଞ୍ଚ ମାଗୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପରେ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଉକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ଚାଷୀଜଣଙ୍କ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି ଯେ, ” ସମ୍ପୃକ୍ତ ଅଧିକାରୀ ତାଙ୍କୁ ନିଜ ଘରକୁ ଡାକି ବନ୍ୟା କ୍ଷୟକ୍ଷତି ପାଇଁ ସରକାରଙ୍କ ପକ୍ଷରୁ ମିଳିବାକୁ ଥିବା ସହାୟତା ରାଶି ପ୍ରଦାନ କରିବା ପାଇଁ ଲାଞ୍ଚ ମାଗିଥିଲେ । ଦୁଇହଜାର ଟଙ୍କା ନେବାକୁ ହେଲେ ୨୦୦ ଟଙ୍କା, ୫୦୦୦ ଟଙ୍କା ପାଇଁ ୫୦୦ ଟଙ୍କା ଓ ୧୦ ହଜାର ଟଙ୍କା ନେବାକୁ ହେଲେ ଏକ ହଜାର ଟଙ୍କା ଦେବାକୁ ଅଧିକାରୀ ଜଣଙ୍କ ଦାବି କରିଥିବା ସେ କହିଛନ୍ତି ।

Leave A Reply

Your email address will not be published.