Latest Odisha News

BREAKING NEWS

ଲେମ୍ବୁ ବିକ୍ରି କରି ଚର୍ଚ୍ଚାରେ ଚାଷୀ: କେବଳ ୧୦ଟି ଲେମ୍ବୁ ଗଛରୁ ୩ ଲକ୍ଷ ଟଙ୍କା ଆୟ

ପାଟନା: ଲୋକମାନେ ଭାବନ୍ତି ଯେ ବିହାରର କୃଷକମାନେ କେବଳ ଧାନ, ଗହମ, ଡାଲି ଏବଂ ତେଲ ମଞ୍ଜି ପରି ପାରମ୍ପାରିକ ଫସଲ ଚାଷ କରନ୍ତି, କିନ୍ତୁ ତାହା ନୁହେଁ। ବିହାରର କୃଷକମାନେ ବର୍ତ୍ତମାନ ଉଦ୍ୟାନ କୃଷି ପ୍ରତି ମଧ୍ୟ ଆଗ୍ରହ ଦେଖାଉଛନ୍ତି। ଏହି କାରଣରୁ ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି। ବିଶେଷକରି ଗୟା ଜିଲ୍ଲାରେ କୃଷକମାନେ ଆମ୍ବ, ଲେମ୍ବୁ, ବନ୍ଧାକୋବି, ଗୁଆ ଏବଂ ଜାମୁକୋଳି ଚାଷ କରୁଛନ୍ତି। ଏହି କାରଣରୁ ଚାଷୀଙ୍କ କ୍ଷେତ୍ରରେ ଉନ୍ନତି ଆସିଛି। ଆଜି ଆମେ ଗୟା ଜିଲ୍ଲାର ଜଣେ କୃଷକଙ୍କ ବିଷୟରେ ଆଲୋଚନା କରିବୁ, ଯିଏ ଲେମ୍ବୁ ଚାଷ କରି ଲୋକଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ନିକଟସ୍ଥ ଅନ୍ୟ କୃଷକମାନେ ମଧ୍ୟ ତାଙ୍କଠାରୁ ଲେମ୍ବୁ ଚାଷ କରିବା ଶିଖୁଛନ୍ତି।

ଚାଷୀଙ୍କ ନାମ ହେଉଛି ରାମସେବକ୍ ପ୍ରସାଦ। ସେ ଗୟା ଜିଲ୍ଲାର ଡୋଭି ବ୍ଲକରେ ଅବସ୍ଥିତ କେସାପି ଗାଁର ବାସିନ୍ଦା। ପାରମ୍ପାରିକ ଫସଲ ଚାଷରେ ଉକ୍ତ ଚାଷୀ ସେତେ ଲାଭ ପାଇଲେ ନାହିଁ। ତେଣୁ ରାମସେବାକ୍ ପ୍ରସାଦ ମାତ୍ର ୦.୬୦ ବିଗା ଜମିରେ ଲେମ୍ବୁ ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଲେମ୍ବୁ ବିକ୍ରି କରି ବର୍ଷକୁ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରାମସେବକ୍ ପ୍ରସାଦ କହିଛନ୍ତି ଯେ ସେ ୦.୬୦ ବିଗା ଜମିରେ ଜମିରେ ୧୦ ଟି ଲେମ୍ବୁ ଗଛ ଲଗାଇଛନ୍ତି। କିନ୍ତୁ ଆଜି ସେ କେବଳ ୧୦ ଟି ଗଛରୁ ଲେମ୍ବୁ ବିକ୍ରି କରି ବାର୍ଷିକ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ବିଶେଷ କଥା ହେଉଛି ତାଙ୍କ ବଗିଚାରେ ଥିବା ଗଛଗୁଡ଼ିକ ବର୍ଷସାରା ଲେମ୍ବୁ ଫଳ ଦେଇଥାଏ। ରାମସେବକ ଗଛରୁ ଲେମ୍ବୁ ତୋଳନ୍ତି ନାହିଁ, ବରଂ ଲେମ୍ବୁ ଯେତେବେଳେ ଆପେ ତଳକୁ ପଡ଼େ ସେହି ଲେମ୍ବୁକୁ ସେ ଗୋଟାଇ ବଜାରରେ ବିକ୍ରି କରନ୍ତି।

କୃଷକ ରାମସେବକ ପ୍ରସାଦ କହିଛନ୍ତି ଯେ ଲେମ୍ବୁ ଗଛ ଲଗାଇବାର ୪ ବର୍ଷ ପରେ ହିଁ ଫଳ ଦେବା ଆରମ୍ଭ କରିଥିଲା। ଗୋଟିଏ ଗଛରୁ ବର୍ଷକୁ ୨୫-୩୦ ହଜାର ଟଙ୍କା ରୋଜଗାର ହୁଏ। ଏହି ଉପାୟରେ ସେ ୧୦ ଟି ଗଛରୁ ଲେମ୍ବୁ ବିକ୍ରି କରି ବର୍ଷକୁ ୩ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ବିଶେଷ କଥା ହେଉଛି ତାଙ୍କ ଲେମ୍ବୁ ଗଛର ଉଚ୍ଚତା ୨୦ ଫୁଟରୁ ଅଧିକ। ଆଗାମୀ ବର୍ଷରେ ଉକ୍ତ ଚାଷୀଙ୍କର ଆୟ ଆହୁରି ବୃଦ୍ଧି ପାଇବ।

Comments are closed.