Latest Odisha News

BREAKING NEWS

ସ୍କ୍ରବ୍ ଟାଇଫସ ଆତଙ୍କ: ବରଗଡରେ ପହଞ୍ଚିଲା ଚାରି ଜଣିଆ କେନ୍ଦ୍ରୀୟ ଟିମ୍

ବରଗଡ: ସାରା ରାଜ୍ୟରେ ଆତଙ୍କ ଖେଳାଉଛି ସ୍କ୍ରବ୍ ଟାଇଫସ । ଦିନ କୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ବରଗଡରେ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି ଚାରି ଜଣିଆ କେନ୍ଦ୍ରୀୟ ଟିମ୍ । ତାଙ୍କ ସହ ରାଜ୍ୟର ୨ ଜଣ ସଦସ୍ୟ ରହିଛନ୍ତି ।

ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇ ଜନ ସ୍ୱାସ୍ଥ୍ୟ ଅଧିକାରୀ ସାଧୁ ଚରଣ ଦାସଙ୍କ ସହ ସ୍କ୍ରବ୍ ଟାଇଫସ ଉପରେ ସମୀକ୍ଷା କରିଥିଲେ । ଏହି ୪ଜଣିଆ ଟିମରେ଼ ଡକ୍ଟର ସମୀର ଗୁଲାଟି, ଡକ୍ଟର ତୁଷାର ନାଲେ, ଡାକ୍ତର ଧରା ବି ଶାହ, ଡକ୍ଟର ଆରୁଷି ଘାଇ ରହିଛନ୍ତି। ସମୀକ୍ଷା ପରେ ଟିମ୍ ହସ୍ପିଟାଲ ଓ କ୍ଷେତ୍ର ପରିଦର୍ଶନରେ ଯିବାର ସୂଚନା ରହିଛି।

ସେପଟେ ପୁଣି ଆଉ ଏକ ଜୀବନ ନେଇଛି ସ୍କ୍ରବ୍ ଟାଇଫସ୍ । ମୃତକ ଜଣକ ହେଲେ ସୋହେଲା ଅଞ୍ଚଳର ୪୮ ବର୍ଷିୟ ବ୍ୟକ୍ତି । ଏକ ଘରୋଇ ଡାକ୍ତରରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ବରଗଡ଼ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.