ଭୁବନେଶ୍ୱର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ଏଥର ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ଉପସ୍ଥାପନ ହୋଇଥିବା ବଜେଟରେ ୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ ୧ଶହ ୬୦ କୋଟି କାଳିଆ ଯୋଜନା ପାଇଁ ୫୦ ହଜାର ଯାଏଁ ଶୂନ ସୁଧରେ ଋଣ, ଜଳକ୍ଷେତ୍ର ଭିତ୍ତି ଭୂମି ଉନ୍ନୟନ ପାଇଁ ୪୫୪ କୋଟି ବ୍ୟୟବରାଦ ହୋଇଛି ।
ଉଦ୍ୟାନକୃଷି ବିକାଶ କାର୍ୟ୍ୟକ୍ରମରେ ୧୩୨ କୋଟି ଟଙ୍କା, ଜାତୀୟ ଉଦ୍ୟାନକୃଷି ମିଶନ ପାଇଁ ୧୨୦ କୋଟି, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ୪୫୦ କୋଟି, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ବିକାଶ ପାଇଁ ୬୦ କୋଟି ରହିଛି ।
ମତ୍ସ୍ୟଚାଷ ପାଇଁ ନୀଳ ବିପ୍ଲବରେ ୧୬୧ କୋଟି, ମତ୍ସ୍ୟ ଉତ୍ପାଦକତା ବୃଦ୍ଧି ପାଇଁ ୧୩୭ କୋଟ, ମଧୁର ଜଳ ସଘନ ମାଛ ଚାଷ ପାଇଁ ୭୦ କୋଟି, ମତ୍ସ୍ୟଚାଷୀଙ୍କ ଦକ୍ଷତା ବିକାଶ ପାଇଁ ୫ କୋଟି, ସମୁଦ୍ରରେ ମାଛଧରା ନିଷିଦ୍ଧ ବେଳେ ବିକଳ୍ପ ଜୀବିକା ପାଇଁ ୯ କୋଟି ରଖାଯାଇଛି ।
ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ୧୩୭ କୋଟି, ପଶୁଧନ ସ୍ୱାସ୍ଥ୍ୟସେବା ଉନ୍ନୟନ ୧୦୦ କୋଟି, ପଶୁ ଚିକିତ୍ସା ଭ୍ରାମ୍ୟମାଣ ୟୁନିଟ ପାଇଁ ୨୧ କୋଟି, ଉନ୍ନତମାନ ଦୁଗ୍ଧ ପ୍ରକ୍ରିୟାକରଣ ପାଇଁ ୩୪ କୋଟି ବ୍ୟୟବରାଦ କରାଯାଇଛି ।
Comments are closed.