Latest Odisha News

ଚାଷରେ ପଛରେ ପଡିଛି ଓଡିଶା, ଆନ୍ଧ୍ର ମଡେଲ ଅନୁସରଣ ପାଇଁ ପରାମର୍ଶ

ଭୁବନେଶ୍ବର: ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଭାବେ ବେଶ୍ ଜଣାଶୁଣା । ଭାତ ଏଠିକାର ପ୍ରଧାନ ଖାଦ୍ୟ । ହେଲେ ଏବେ ଓଡିଶା କାଳେ ଚାଷ କ୍ଷେତ୍ରରେ ପଛରେ ପଡିଛି । କୃଷି ପ୍ରଧାନ ରାଜ୍ୟ ଓଡିଶା ଚାଷରେ ପଛୁଆ ରହିଛି । କୃଷିକ୍ଷେତ୍ର ନେଇ ସୂଚନା ଦେଇ କିଛି ଏପରି ରିପୋର୍ଟରେ ଦର୍ଶାଇଛି ନୀତି ଆୟୋଗ । ଖାଲି ଫସଲ ଚାଷ ନୁହେଁ ପଶୁପାଳନ କ୍ଷେତ୍ରରେ ମଧ୍ୟ ଜାତୀୟ ହାର ଠାରୁ ଓଡିଶା ପଛରେ ରହିଛି ।

ଏନେଇ ନୀତି ଆୟୋଗ ରିପୋର୍ଟ ଅନୁଯାୟୀ, ଦେଶର ପଶୁ ପାଳନ ହାର ୭% ରହିଥିବା ବେଳେ ଓଡ଼ିଶାର ହାର ରହିଛି ୫% । କୃଷି ଉତ୍ପାଦନ ଏବଂ ପଶୁପାଳନ କ୍ଷେତ୍ରରେ ଓଡିଶା, ଆନ୍ଧ୍ର ଏବଂ ମଧ୍ୟପ୍ରଦେଶ ଠାରୁ ବହୁ ପଛରେ ରହିଛି । ପ୍ରଧାନମନ୍ତ୍ରୀ କୃଷି ସଚାଇ ଯୋଜନାରେ ରାଜ୍ୟରେ ଜମିକୁ ଜଳସେଚନ ବୃଦ୍ଧି ପାଉଛି । କିନ୍ତୁ ପରିସଂଖ୍ୟାନ ଯଦି ଦେଖିବା ତାହେଲେ ରାଜ୍ୟର ମାତ୍ର ୧୭ ପ୍ରତିଶତ ଜମିରେ ୧୨ ମାସ ଚାଷ ହେଉଥିବା ବେଳେ ଆଉ ୮୩ ପ୍ରତିଶତ ଜମିରେ କେବଳ ୪ ମାସ ଚାଷ ହେଉଛି । ଅନ୍ୟ ୮ ମାସ ଚାଷଜମି ପଡିଆ ପଡୁଛି । ଦୁଗ୍ଧ ଉତ୍ପାଦନରେ ମଧ୍ୟ ଓଡିଶା ଜାତୀୟ ହାର ଠାରୁ ପଛରେ ରହିଛି । ଓଡିଶାର ଏଭଳି ସ୍ଥିତି ଦେଖି କୃଷି ଉତ୍ପାଦନରେ ଓଡିଶା ଆନ୍ଧ୍ର ମଡେଲ ଅନୁକରଣ କରୁ ବୋଲି  ପରାମର୍ଶ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ରମେଶ ଚାନ୍ଦ । ଏଥିସହିତ ରାଜ୍ୟରେ ବର୍ଷର ଅଧିକାଂଶ ଦିନରେ ୧୬ ହେକ୍ଟର ଜମି ଖାଲି ପଡୁଛି । ଏହି ଜମିରେ ଚାଷ ଉପରେ ସରକାର ଧ୍ୟାନ ଦିଅନ୍ତୁ ବୋଲି ସେ କହିଛନ୍ତି ।

Comments are closed.