Latest Odisha News

ବୌଦ୍ଧ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବରିଷ୍ଠ କୃଷି ଅଧିକାରୀଙ୍କ ମୃତ୍ୟୁ ଘଟିବା ସହ ଜଣେ ପିଅନ୍ ଓ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ମୃତକଙ୍କ ନାମ ମନୋରଞ୍ଜନ ମଲ୍ଲିକ୍ ଏବଂ ସେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ରହିଥିଲେ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ମନୋରଞ୍ଜନ ଓ ଜଣେ ପିଅନଙ୍କ ସହିତ ଏକ ସରକାରୀ କାର୍ଯ୍ୟରେ ଭୁବନେଶ୍ୱର ଯାଇଥିଲେ ଏବଂ ଗତକାଲି ଭୁବନେଶ୍ୱରରୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ରାଧାନଗର ଛକ ନିକଟରେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗସ୍ତ ହୋଇଥିଲା ।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ହୋଇଥିବା ବେଳେ ଘଟଣାସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ଏବଂ ଉଭୟ ପିଅନ୍ ଓ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଥିବା ନେଇ ଜଣାପଡିଛି ।

ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.