Latest Odisha News

ଜନ୍ମ ଦିନରେ ଅହାନଙ୍କୁ ନୂତନ ଫିଲ୍ମର ଭେଟିଦେଲେ ସାଜିଦ

ମୁମ୍ବାଇ: ସୁନୀଲ ଶେଟ୍ଟିଙ୍କ ପୁତ୍ର ଅହାନଙ୍କ ଆଜି ଜନ୍ମଦିନ । ପ୍ରତିଷ୍ଠିତ ଫିଲ୍ମମେକର ସାଜିଦ ନାଡିୟାଡୱାଲ ଏହି ଅବସରରେ ଅହାନଙ୍କ ସହ ଏକ ବିଗ ବଜେଟ ଫିଲ୍ମ କରିବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ସେ ଅହାନଙ୍କୁ ନେଇ ତଡପ ଫିଲ୍ମ କରି ସାରିଛନ୍ତି । ସାଜିଦଙ୍କ ନୂତନ ଫିଲ୍ମରେ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ଅଭିନୟ କରିବେ । ଖୁବ ଶୀଘ୍ର ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଘୋଷଣା କରାଯିବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ସୂଚନାଯୋଗ୍ୟ, ଅହାନଙ୍କ ପାଖରେ ଏବେ ୪ଟି ବିଗ ବଜେଟ ଫିଲ୍ମ ରହିଛି । ୨୦୨୪ରେ ଏହି ଫିଲ୍ମଗୁଡିକ ଘୋଷଣା କରାଯିବ । ଏହା ମଧ୍ୟରେ ସନୀ ଦେଓଲଙ୍କ ସହ ତାଙ୍କର ଏକ ଫିଲ୍ମ ରହିଛି ।

୨୦୨୧ରେ ଅହାନ ତଡପ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । ଏଥିରେ ତାଙ୍କ ସହ ତାରା ସୂତାରିୟା ଅଭିନୟ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ବଡ ସଫଳତା ହାସଲ କରି ନ ଥିଲେ ମଧ୍ୟ ଅହାନଙ୍କ ଅଭିନୟକୁ ଭୂୟସୀ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.