Latest Odisha News

BREAKING NEWS

ଜି-୨୦ ପୂର୍ବରୁ ଦିଲ୍ଲୀକୁ ଘାରିଛି ମାଙ୍କଡ ଭୟ, ଦିଲ୍ଲୀ ଗଳି କନ୍ଦିରେ ଲାଗିଲା ମାଙ୍କଡ କଟଆଉଟ୍

ନୂଆଦିଲ୍ଲୀ: ଜି-୨୦ ପାଇଁ ଉତ୍ସବମୁଖର ହୋଇଉଠିଛି ରାଜଧାନୀ ଦିଲ୍ଲୀ । ରାସ୍ତାଘାଟ ପରିଷ୍କାର କରାଯିବା ସହ ରଙ୍ଗବେରଙ୍ଗ ଆଲୋକ ମାଳାରେ ସୁସଜ୍ଜିତ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । କିନ୍ତୁ ଏ ଉତ୍ସବ ଭିତରେ ରାଜଧାନୀରେ ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ । ଦିଲ୍ଲୀରେ ମାଙ୍କଡ଼ଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ଆଗକୁ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀ ପାଇଁ ଚିନ୍ତାର କାରଣ ପାଲଟିଛି ।

ସୂଚନା ଅନୁସାରେ, ରାଜଧାନୀରେ ମାଙ୍କଡମାନଙ୍କ ପାଦୁର୍ବାଭ ଏତେ ପରିମାଣରେ ବଢିଯାଇଛି ଯେ ମାଙ୍କଡ଼ମାନେ କେତେବେଳେ ରାସ୍ତାକୁ ଆସିଯାଉଛନ୍ତି ତ ପୁଣି କେତେବେଳେ ଲୋକଙ୍କ ପାଖକୁ ଚାଲି ଯାଉଛନ୍ତି । ତେବେ ମାଙ୍କଡ଼ଙ୍କୁ କାବୁ କରିବା ପାଇଁ ପ୍ରଶାସନ ପକ୍ଷରୁ ଏକ ନିଆରା ପଦେକ୍ଷପ ନିଆଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ମାଙ୍କଡ଼ର କଟ୍ ଆଉଟ୍ ବା ମାଙ୍କଡ଼ର ଫେଟୋଚିତ୍ର ଲଗାଯାଇଛି । ପ୍ରକୃତ ମାଙ୍କଡ଼ଙ୍କୁ ଘଉଡାଇବା ପାଇଁ ଏହି କଟ୍ ଆଉଟ୍ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହାଛଡା ମାଙ୍କଡ଼ର ନକଲ୍ ସ୍ୱର କରି ପାରୁଥିବା ୪୦ ଜଣଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଯାହା ଫଳରେ ରାସ୍ତାଘାଟରେ ବୁଲୁଥିବା ମାଙ୍କଡ଼କୁ ସହଜରେ ଘଉଡ଼ାଇ ହେବ ।

ଦିଲ୍ଳୀ ସହରର ଦୃଶ୍ୟକୁ ଆହୁରି ମନଲୋଭା କରିବା ପାଇଁ ପ୍ରାୟ ୬ ଲକ୍ଷରୁ ଅଧିକ ଗଛ ଲଗାଯାଇଛି । ରାସ୍ତାକଡ଼ରେ, ସମ୍ମିଳନୀ ସ୍ଥଳରେ, ହୋଟେଲରେ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସୌନ୍ଦର୍ଯ୍ୟକରଣ ପାଇଁ ଏହି ଗଛ ଲଗାଯାଇଛି । ଏହି ଗଛକୁ ସୁରକ୍ଷା ଦେବା ପାଇଁ, ଦିଲ୍ଳୀ ସହରର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ମାଙ୍କଡ଼ମାନଙ୍କ ପାଇଁ ପ୍ରଶାସନ ୪୦ ଜଣ ମାଙ୍କଡ଼ ଭଳି ସ୍ୱର କରୁଥିବା ଲୋକଙ୍କୁ ନିୟୋଜିତ କରିଛନ୍ତି ।

Leave A Reply

Your email address will not be published.