Latest Odisha News

BREAKING NEWS

ପୁରୀରେ ଡକାୟତି ଯୋଜନା ପଣ୍ଡ, ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି ଥାନା ପୋଲିସ ।

ସୂଚନା ଅନୁସାରେ, ପୁରୀ ମଙ୍ଗଳା ଘାଟ ଛକ ନିକଟରେ ଥିବା ଏକ ନିର୍ମାଣ ଧୀନ କୋଠା ଘରେ କିଛି ଦୁର୍ବୁତ୍ତମାନେ ଡକାୟତି ଲାଗି ଯୋଜନା କରୁଥିବା ବେଳେ ଖବର ପାଇ ବାସେଳୀ ସାହି ଥାନା ପୋଲିସ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା । ଚଢାଉ କରି ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ l ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ପୁରୀର ବିଭିନ୍ନ ଥାନାରେ ଅନେକ ମାମଲା ରହିଥିବା କହିଛି ପୋଲିସ l ଅଭିଯୁକ୍ତ ମାନେ ହେଲେ ପୁରୀ ଗୋଖା ସାହି ର ଦିବନ ବେହେରା, ମହାବୀର ବେହେରା, ମନୋଜ କୁମାର ବାରିକ, ସୁବାସ ବେହେରା ଏବଂ ରାକେଶ ବେହେରା  l ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ଖଣ୍ଡା, ଦୁଇଟି ଲୁହା ରଡ଼, ଦୁଇଟି ଟର୍ଚ୍ଚ, ଲଙ୍କା ଗୁଣ୍ଡ ସହ ଦୁଇଟି ଜୀବନ୍ତ ବୋମା ଜବତ ହୋଇଛି । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବାସେଳୀ ସାହି ଥାନା ପୋଲିସ  l ପୁରୀ ସହରରେ ଷ୍ଟ୍ରିଟ କ୍ରାଇମ ରୋକିବା ଲାଗି ପୁରୀ ପୋଲିସ ପକ୍ଷରୁ ଅପରାଧୀଙ୍କ ଉପରେ କଡା ନଜର ରଖାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ସିଟି ଡ଼ିଏସ୍ପି  ।

Leave A Reply

Your email address will not be published.