Latest Odisha News

BREAKING NEWS

ବିଶ୍ୱକପ୍ ପୂର୍ବରୁ ଖେଳାଳି ରହିବାକୁ ଥିବା ହୋଟେଲରେ ଅନୁଧ୍ୟାନ କଲେ ଡିସିପି

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଆଇନଶୃଙ୍ଖଳା ରକ୍ଷା ସହ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ପୋଲିସ ନଜର ଦେଇଛି । ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ ।

ଭୁବନେଶ୍ୱରରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୯ଗୋଟି ହୋଟେଲରେ ଖେଳାଳି ରହିବା ଲାଗି ବ୍ୟବସ୍ଥା କରାଯାଇଛି । ମେ ଫେୟାର, ସାଣ୍ଡି ଟାୱାର, ହୋଟେଲ ସ୍ୱସ୍ତି ଗ୍ରାଣ୍ଡ ଆଦି ୯ଟି ତାରକା ହୋଟେଲରେ ୧୬ଟି ଦଳର ଖେଳାଳି ରହିବେ । ଆଜି ସେ ସବୁ ହୋଟେଲରେ ଭୁବନେଶ୍ୱର ଡିସିପି ପ୍ରତୀକ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଖେଳାଳି ଓ ଭିଆଇପି ରହିବାକୁ ଥିବା ହୋଟେଲର ସ୍ଥିତି ଓ ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି । ପ୍ରତି ହୋଟେଲରେ ୨ ପ୍ଲାଟୁନ ଫୋର୍ସ ସହ ୨ ଜଣ ଇନ୍ସପେକ୍ଟର, ଜଣେ ଡିଏସପି ରାଙ୍କର ଅଫିସର ରହିବେ । ପ୍ରତି ହୋଟେଲରେ ଅସ୍ଥାୟୀ କ୍ୟାମ୍ପ ସହ ରହିବ । ଟିମ୍ ୨୪ ଘଣ୍ଟା ମନିଟରିଂ କରିବ ।

Leave A Reply

Your email address will not be published.