Latest Odisha News

BREAKING NEWS

ମାଆ ଗାଳିଦେଲେ ବୋଲି ଘର ଛାଡି ପଳେଇଥିଲେ ଜାହୀଦ, ୫୨ ବର୍ଷ ପରେ ଫେରିଲେ

ମୁରାଦାବାଦ: କୋତବାଲୀର ତେବରଖାସ ଗ୍ରାମର ବାସିନ୍ଦା ଜାହୀଦ ଅଲୀ ୫୨ ବର୍ଷ ପରେ ଘରକୁ ଫେରିଛନ୍ତି । ପରିବାରବର୍ଗଙ୍କ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି । ଜାହୀଦଙ୍କୁ ୧୮ ବର୍ଷ ହୋଇଥିବା ବେଳେ କୌଣସି କାରଣ ନେଇ ତାଙ୍କ ମାଆ ବିରକ୍ତ ହୋଇଥିଲା । ଜାହୀିଦ ରାଗ ଓ ଅଭିମାନରେ ଘର ଛାଡି ଗଲେ ଯେ, ଗଲେ.. । ଦିଲ୍ଲୀରେ ସେ ରିକ୍ସା ଚଳାଇ ପେଟ ପୋଷୁଥିଲେ । ମୁଶାହିଦ ଅଲୀ ନାମକ ଜଣେ ସମାଜସେବୀ ତାଙ୍କ ସହ କଥା ହେଉଥିବା ବେଳେ ସେ ଘରୁ ପଳେଇ ଆସିବା କଥା ଜାଣିଥିଲେ । ସେ ଏହା ପରେ ବିଭିନ୍ନ ଗ୍ରୁପରେ ତାଙ୍କ ଫଟୋ ସହ ଏ ସମ୍ପର୍କରେ ସୂଚନା ଦେଇଥିଲେ ।

ଶେଷରେ ତାଙ୍କ ପରିବାର ଲୋକେ ଏହି ସୂଚନା ପାଇଁ ତାଙ୍କୁ ନେବାକୁ ଆସିଥିଲେ । ପ୍ରଥମେ ସେ ଯିବାକୁ ରାଜି ହେଉ ନ ଥିଲେ । ବାଧ୍ୟ କରିବାରୁ ସେ ଗାଁକୁ ଫେରିଥିଲେ । ସେ ଘରେ ପଂହଚିବା ମାତ୍ରେ ବନ୍ଧୁ, ପରିଜନ ଓ ଗ୍ରାମବାସୀ ଖୁସି ହୋଇ ପଡିଥିଲେ । ଘରର ଠିକଣା ଦେବାକୁ ପଡିବ ବୋଲି ଜାହୀଦ ବିବାହ କରି ନ ଥିଲେ । ସେ ଗୁଜରାଟ, ପଶ୍ଚିମବଙ୍ଗ, ନେପାଳ ଓ ଦିଲ୍ଲୀରେ ତାଙ୍କ ଜୀବନ କଟାଇଥିଲେ । ତେବେ ଦୁଃଖର କଥା ସେ ତାଙ୍କ ମାଆଙ୍କୁ ଦେଖିବା ସୁଯୋଗ ପାଇ ପାରି ନ ଥିଲେ ।

Leave A Reply

Your email address will not be published.