Latest Odisha News

BREAKING NEWS

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପଛରେ ପେଗାସସର ଥିଲା ହାତ

ନୂଆଦିଲ୍ଲୀ : ୨୦୧୯ରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାର ଭାଙ୍ଗିବା ପଛରେ ପେଗାସସର ଥିଲା ହାତ । ଏହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା । ସେତେବେଳର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ବ୍ୟକ୍ତିଗତ ସହାୟକ, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବରଙ୍କ ଫୋନ ହୋଇଥିଲା ହ୍ୟାକ । ଏହାକୁ ନେଇ ସେତେବେଳେ କୁମାରସ୍ବାମୀ ସରକାରର ପତନ ହୋଇଥିଲା । ଏହାସହ ବି.ଏସ ୟଦିୟୁରପ୍ପାଙ୍କ ହାତକୁ କ୍ଷମତା ଯାଇଥିଲା ବୋଲି ଦି ଓ୍ବେୟାରରେ ଖବର ପ୍ରକାଶ ପାଇଛି ।

ସେପଟେ କର୍ଣ୍ଣାଟକ ରାଜନୀତିରୁ ଉଠୁନି ପରଦା । ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା କହିଛନ୍ତି ବିଜେପି ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚର୍ଚ୍ଚା ଜୋର ଧରିଥିବା ବେଳେ, ନିଷ୍ପତ୍ତିକୁ ଦିଲ୍ଲୀ ନେତାଙ୍କ ଉପରେ ଛାଡିଛନ୍ତି ୟେଦିୟୁରପ୍ପା । ଅନ୍ୟପଟେ ଆସନ୍ତା ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କ ଲାଗି ଏକ ରାତ୍ରୀଭୋଜନର ଆୟୋଜନ କରିଛନ୍ତି । ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଭୋଜିସଭାର ଆୟୋଜନ ହେଉଛି ବୋଲି କୁହାଯାଉଛି । କିନ୍ତୁ ଏହା ପଛରେ କିଛି ରାଜନୈତିକ କାରଣ ରହିଥିବା ନେଇ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.