Latest Odisha News

BREAKING NEWS

ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା, ୪ ଦିନ ପୂର୍ବରୁ ହୋଇଥିଲା ହତ୍ୟା ଯୋଜନା

ଭୁବନେଶ୍ବର : ଭୁବନେଶ୍ବର ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାରେ ବଡ଼ ଖୁଲାସା । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପାଇଁ ୪ ଦିନ ପୂର୍ବରୁ ଯୋଜନା କରିଥିଲା ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ । ହତ୍ୟାକାଣ୍ଡ ଦିନ ସକାଳ ୯ଟାରେ ପ୍ରିୟଙ୍କାଙ୍କ ଘର ଭିତରକୁ ପ୍ରବେଶ କରିଥିଲା ଜଗନ୍ନାଥ । ପ୍ରିୟଙ୍କାକୁ ବିବାହ କରିବା ସହ ଫେରାର ହେବାକୁ କହିଥିଲା । ହେଲେ ପ୍ରିୟଙ୍କା ଅଭିଯୁକ୍ତ ଜଗନ୍ନାଥ ସହିତ ଯିବା ପାଇଁ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା । ଯାହାକୁ ନେଇ ପ୍ରିୟଙ୍କାଙ୍କୁ ଜଗନ୍ନାଥ ହତ୍ୟା କରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ଡିସିପିଙ୍କ କହିବା କଥା, ଘଟଣା ଦିନ ଘର ମାଲିକ ଦହିବାର ଦେବାକୁ ଆସି ପ୍ରିୟଙ୍କାଙ୍କ କବାଟ ବାଡେଇଥିଲେ । କିନ୍ତୁ ଧରା ପଡିଯିବା ଭୟରେ ଘର ଭିତରେ ଥିବା ଜଗନ୍ନାଥ ବାଥରୁମରେ ଲୁଚି ଯାଇଥିଲେ । ଆଉ ଘର ମାଲିକ ଦହିବାର ଦେବା ପରେ ପ୍ରିୟଙ୍କାଙ୍କ କୁନି ପୁଅକୁ ସାଙ୍ଗରେ ନେଇଯାଇଥିଲେ । ଘର ମାଲିକା ଯିବା ପରେ ବିବାହକୁ ନେଇ ଉଭୟ ପ୍ରିୟଙ୍କ ଓ ଜଗନ୍ନାଥଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଜଗନ୍ନାଥର କଥାରେ ରାଜି ହୋଇନଥିଲେ ପ୍ରିୟଙ୍କା । ଆଉ ଉତ୍ତ୍ୟକ୍ତ ହୋଇ ପ୍ରିୟଙ୍କାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ଜଗନ୍ନାଥ । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଗନ୍ନାଥ ତାଙ୍କ ମଥାରେ ସିନ୍ଦୂର ପିନ୍ଧାଇଥିଲା ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।

Leave A Reply

Your email address will not be published.