Latest Odisha News

BREAKING NEWS

ଟ୍ରମ୍ପ-ପୁଟିନଙ୍କ ବୈଠକ ପୂର୍ବରୁ ଜେଲେନସ୍କିଙ୍କ ବଡ଼ ବାର୍ତ୍ତା, ‘ଇଞ୍ଚେ ବି ଜାଗା ଛଡ଼ାଯିବନି’

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ବୈଠକ ହେବାକୁ ଯାଉଛି। ୧୫ ଅଗଷ୍ଟରେ ଆଲାସ୍କାରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକରେ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ନେଇ ଆଲୋଚନା ହେବ। ଟ୍ରମ୍ପ ରୁଷ ସହ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି। କିନ୍ତୁ ଏହା ପୂର୍ବରୁ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କିଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି, ରୁଷ ସହ ଗୋଟିଏ ଇଞ୍ଚ ଜମି ଦେବାକୁ ଚୁକ୍ତି ହୋଇପାରିବ ନାହିଁ।

ବିବିସି ରିପୋର୍ଟ ଅନୁଯାୟୀ, ଜେଲେନସ୍କି ସ୍ପଷ୍ଟ କହିଛନ୍ତି, ଯଦି ରୁଷ ଡନବାସ ଅଞ୍ଚଳ ଛାଡ଼ିବା ବଦଳରେ ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦିଏ, ସେ ତାହା ପ୍ରତ୍ୟାଖ୍ୟାନ କରିବେ। ସେ ଚେତାବନୀ ଦେଇଛନ୍ତି, ଏପରି ଚୁକ୍ତି ଭବିଷ୍ୟତରେ ଆକ୍ରମଣର ରାସ୍ତା ଖୋଲିଦେଇପାରେ।

ଟ୍ରମ୍ପ ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତିର କଥା କହୁଛନ୍ତି। ସେ କହିଛନ୍ତି, ଶାନ୍ତି ଚୁକ୍ତିରେ କିଛି ଅଞ୍ଚଳର ଆଦାନପ୍ରଦାନ ହୋଇପାରେ। ଅନୁମାନ କରାଯାଉଛି, ପୁଟିନ ଯୁଦ୍ଧବିରତି ବଦଳରେ ୟୁକ୍ରେନର ନିୟନ୍ତ୍ରଣରେ ଥିବା ଡନବାସର କିଛି ଅଂଶ ଛାଡ଼ିବାକୁ କହିପାରନ୍ତି। ଏହା ଭିତରେ ଖବର ମିଳିଛି, ରୁଷ ତା’ର ସାମରିକ କାର୍ଯ୍ୟକୁ ଅଟକାଉନାହିଁ। ଏହାରି ଭିତରେ ଡୋବ୍ରୋପିଲିଆ ସହର ନିକଟରେ ଆକ୍ରମଣ କରିଛନ୍ତି।

ଡନବାସ ୟୁକ୍ରେନର ଏକ ଅଂଶ। ଏହାର ଅଧିକାଂଶ ଅଞ୍ଚଳ ରୁଷ ଦଖଲ କରିଛି। ତଥାପି କିଛି ଅଂଶ ଏବେ ବି ୟୁକ୍ରେନର ନିୟନ୍ତ୍ରଣରେ ଅଛି। ରୁଷର ରଣନୀତି ପାଇଁ ଏହି ଅଞ୍ଚଳ ବେଶ୍ ଗୁରୁତ୍ୱପୂର୍ଣ୍ଣ। ପୁଟିନ ଚାହୁଁଛନ୍ତି ୟୁକ୍ରେନ ପୂରା ଅଞ୍ଚଳ ରୁଷକୁ ଦେଇଦିଅ। କିନ୍ତୁ ଜେଲେନସ୍କି ଏଥିପାଇଁ ପ୍ରସ୍ତୁତ ନାହାନ୍ତି। ସେ କହିଛନ୍ତି, ୟୁକ୍ରେନ କୌଣସି ଜମି ଛାଡ଼ିବ ନାହିଁ।

Comments are closed.