Latest Odisha News

BREAKING NEWS

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ବିଶ୍ୱ ପ୍ରସିଦ୍ଧ ଫୁଲ ଉପତ୍ୟକା

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଫୁଲ ଉପତ୍ୟକା ଜାତୀୟ ଉଦ୍ୟାନ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥାନ ତାଲିକାରେ ନିଜର ସ୍ଥାନ ବଜାୟ ରଖିଛି । ତେବେ ଶୀତଋତୁ ପାଇଁ ଏବେ ଏହି ଫୁଲ ଉପତ୍ୟକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି l ଶୀତଋତୁରେ ଏଠାରେ ପ୍ରବଳ ତୁଷାରପାତ ହୋଇଥାଏ l ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ରୁ ଜୁନ ପର୍ଯ୍ୟନ୍ତ ଏହାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଏ l

ପ୍ରତିବର୍ଷ ଜୁନ୍ ରୁ ଅକ୍ଟୋବର ମାସରେ ଏହି ଉପତ୍ୟକାକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଥାଏ l ଏହି ଉପତ୍ୟକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତିବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି l ଚଳିତ ବର୍ଷ ଏହି ଉପତ୍ୟକାକୁ 19 ହଜାର 436 ପର୍ଯ୍ୟଟକ ଆସିଥିଲେ l ସେଥିମଧ୍ୟରୁ 330 ଜଣ କେବଳ ବିଦେଶୀ ପର୍ଯ୍ୟଟକ ଥିଲେ। ଏଥର ପାର୍କ ପ୍ରଶାସନ ପର୍ଯ୍ୟଟକଙ୍କ ଆଗମନରୁ 39 ଲକ୍ଷ 39 ହଜାର 250 ଟଙ୍କା ଆୟ କରିଛି।

ଏହି ଫୁଲ ଉପତ୍ୟକାକୁ ‘ନନ୍ଦନ କାନନ’ ମଧ୍ୟ କୁହାଯାଏ। ଏହା ଭୁନ୍ଦର ଉପତ୍ୟକାର ପୁଷ୍ପାବତୀ ନଦୀର ଅନ୍ୟ କୂଳରେ ଅବସ୍ଥିତ। ଏହି ଉପତ୍ୟକା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ, ବିଭିନ୍ନ ପ୍ରକାରର ବିରଳ ଫୁଲ ଏବଂ ଜୈବ ବିବିଧତା ପାଇଁ ଜଣାଶୁଣା l ଏହି ଉପତ୍ୟକା ୮୭.୫୦ କି.ମି ବର୍ଗ କ୍ଷେତ୍ର ବିଶିଷ୍ଟ ସ୍ଥାନରେ ରହିଛି। ଚାରିପାଖରେ ପାହାଡ଼ ପର୍ବତ ଦ୍ୱାରା ଘେରି ରହିଥିବା ଏହି ଘାଟି ଖୁବ ସୁନ୍ଦର ସ୍ଥାନ ଅଟେ। ଏଠାରେ ଆପଣ ୫୦୦ରୁ ଅଧିକ ପ୍ରଜାତିର ଫୁଲ ଦେଖିବାକୁ ପାଇବେ। ଏହି ସ୍ଥାନ ଉଦ୍ୟାନକୃଷିବିଦ୍ ଓ ଫୁଲ ପ୍ରେମୀ ମାନଙ୍କର ବେଶ ପସନ୍ଦର ସ୍ଥାନ ଅଟେ। ଏହାଏକ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ଅଟେ।

ରାମାୟଣ ଓ ମହାଭାରତରେ ଏହି ଏହି ଫୁଲ ଉପତ୍ୟକା ବିଷୟରେ ବର୍ଣ୍ଣନା କରାଯାଇଛି ବୋଲି ପ୍ରଚଳିତ କଥା ରହିଛି। ମାନ୍ୟତା ଅନୁଯାୟୀ, ଏହା ସେହି ସ୍ଥାନ ଅଟେ, ଯେଉଁ ଠାରୁ ପ୍ରଭୁ ହନୁମାନ ଭଗବାନ ଶ୍ରୀରାମଙ୍କ ଭାଇ ଲକ୍ଷ୍ମଣଙ୍କ ପାଇଁ ସଞ୍ଜିବନୀ ଆଣିଥିଲେ। ସ୍ଥାନୀୟ ଲୋକଙ୍କ ଧାରଣାରେ ଏହି ଘାଟିରେ ପରୀମାନେ ବାସ କରନ୍ତି ।

Leave A Reply

Your email address will not be published.