ଯାଜପୁର: ଗୁଜରାଟ ଅହମ୍ମଦାବା ସୂତାକଳରେ ନିଆଁ ଲାଗି ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମର ଶରୀର ଆଜି ସେମାନଙ୍କ ପୈତୃକ ଗାଁରେ ପହଂଚିଛି । ଯାଜପୁର ଜିଲ୍ଲା ଜମଧର ଗାଁରେ ୩ଜଣଙ୍କ ମୃତୁଦେହ ପହଂଚିବା ପରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଥିଲା । ପରେ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ଅହମ୍ମଦାବାଦର ଲୋଟସ ଲେବଲ ଇଣ୍ଡଷ୍ଟ୍ରିଜରେ କାମ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଜମଦର ଗାଁର ଚିନ୍ମୟ ଖୁଂଟିଆ, ଦୟାନିଧି ଖୁଂଟିଆ ଓ କାମେସ ସିଂଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ ମୃତକଙ୍କ ଘରେ ପହଂଚି ଶ୍ରମ ବିଭାଗ ସହ ଯୋଗାଯୋଗ କରି ସେଠାରୁ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ ।
ଅନ୍ୟପଟେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଯାଜପୁର ବିଡିଓ, ଯୁଗ୍ମ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ ପ୍ରମୁଖ ଗାଁରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି ।
BREAKING NEWS
- ବହୁ ଚର୍ଚ୍ଚିତ ମହିଳା ବାଇକର ହିଟ୍ ଆଣ୍ଡ ରନ୍ ମାମଲା: ରାଜସ୍ଥାନରୁ ଅଭିଯୁକ୍ତ ଡ୍ରାଇଭର ଗିରଫ
- ହାଇଦ୍ରାବାଦର ‘ଗୋଲ୍ଡେନ ଗଣେଶ’; ୨୪ କ୍ୟାରେଟ ସୁନା ଓ ୩.୮୩ ଲକ୍ଷ ହୀରା
- ରାଜ୍ୟରେ ଲାଗୁ ହେବ ୟୁସିସି ! ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାର
- ୨ ହଜାରରୁ ଅଧିକ UPI ନେଣଦେଣ କଲେ ଲାଗିବ କି ଚାର୍ଜ, ଜାଣନ୍ତୁ କଣ ରହିଛି ନୂଆ ନିୟମ…
- ଏଥିପାଇଁ ଓଡିଶାର ୧୦୬ ଏକର ଜମି ନେବ ଆନ୍ଧ୍ର !
- ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧି
- ପୁଣି ଡରାଇଲା ଅକ୍ଟୋବର! ୨୦ ରେ ଲଘୁଚାପ, ଆସୁଛି ୩ଟି ବାତ୍ୟା
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
- Nuakhai 2026: ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
- ବ୍ରାଣ୍ଡ ” ବୈଭବ ” ବିଜ୍ଞାପନ ପାଇଁ ଦିନକୁ ଦେଢ଼ କୋଟି ରୁ ୨ କୋଟି ରୋଜଗାର

Comments are closed.