Latest Odisha News

BREAKING NEWS

ବିଶ୍ୱକପ୍ ୨୦୨୩: ଅହମଦାବାଦରେ ମୁହାଁମୁହିଁ ହୋଇପାରନ୍ତି ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଭାରତରେ ଆୟୋଜନ ହେବ ଆଇସିସି ଦିନିକିଆ ବିଶ୍ୱକପ୍‌। ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏବେ ବିଶ୍ୱକପ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇପାରେ ବୋଲି କୁହାଯାଉଛି। ଏନେଇ ବିସିସିଆଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳିଛି। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଥିବା ବେଳେ ବୋର୍ଡ ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିପାରି ନାହିଁ।

BjdElectrycity

ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ଶେଷଥର ପାଇଁ ୨୦୧୯ ବିଶ୍ୱକପ୍‌ରେ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହାପରେ ଦୁଇ ଟିମ୍‌ ମଧ୍ୟରେ କୌଣସି ଦିନିକିଆ ମ୍ୟାଚ୍ ଖେଳାଯାଇ ନାହିଁ।

ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ-ପାକିସ୍ତାନ ହାଇଭୋଲ୍‌ଟେଜ୍‌ ମ୍ୟାଚ୍ ଦେଖିବାକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ଷ୍ଟାଡିୟମ୍‌ରେ ୧ ଲକ୍ଷ ଦର୍ଶକ ବସିବାର ସୁବିଧା ରହିଛି। ଏଠାରେ ମ୍ୟାଚ୍ ଖେଳିବା ନେଇ ବିସିସିଆଇ ଟିମ୍ ମ୍ୟାନେଜ୍‌ମେଣ୍ଟ ସହ ଆଲୋଚନା କରିବ।

ସୂଚନା ଅନୁସାରେ ୨୦୨୩ ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇ ନଭେମ୍ବରରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱକପ୍‌ ପାଇଁ ନାଗପୁର, ବେଙ୍ଗାଲୁରୁ, ତ୍ରିବେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୁୱାହାଟୀ, ହାଇଦ୍ରାବାଦ, କୋଲକାତା, ରାଜୋକଟ, ଇନ୍ଦୋର, ଓ ଧର୍ମାଶାଳାକୁ ଷ୍ଟିଡିୟମ୍‌କୁ ତାଲିକାଭୁକ୍ତ କରାଯାଇଛି। ତେବେ ପାକିସ୍ତାନ ସହ ସମସ୍ତ ମ୍ୟାଚ୍ ସୁରକ୍ଷା କାରଣରୁ ଚେନ୍ନାଇ, ବେଙ୍ଗାଲୁରୁ ଓ କୋଲକାତାରେ ଖେଳାଯିବ।

ସୂଚନା ଥାଉକି ୨୦୧୯ରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚ୍‌ରେ ଭାରତ ଡକୱର୍ଥ ଲୁଇସ ନିୟମ(ବର୍ଷା ପରେ ବାକିଥିବା ସମୟ ଅନୁସାରେ ଟାର୍ଗେଟ୍ ପିଛା କରୁଥିବା ଟିମ୍‌କୁ ବାକି ଓଭର ଓ ଓିକେଟ୍‌କୁ ଦେଖି ନୂଆ ଟାର୍ଗେଟ୍‌ ଦିଆଯାଇଥାଏ।)ରେ ୮୯ ରନ୍‌ରେ ବିଜୟୀ ହୋଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୩୩୬ ରନ୍ କରିଥିଲା। ହେଲେ ବର୍ଷା ପାଇଁ ପାକିସ୍ତାନକୁ ୩୦୨ ଟାର୍ଗେଟ୍ ଦିଆଯାଇଥିଲା। କିନ୍ତୁ ପାକିସ୍ତାନ ୪୦ ଓଭରରେ ମାତ୍ର ୨୧୨ ରନ୍ କରିପାରିଥିଲା। ଏହି ମ୍ୟାଚ୍‌ରେ ଭାରତ ପାଇଁ ରୋହିତ ଶର୍ମା ଏକାକୀ ୧୪୦ ରନ୍ କରିଥିଲେ

Leave A Reply

Your email address will not be published.