Latest Odisha News

BREAKING NEWS

ଗାଡ଼ି କିସ୍ତି ଦେବାକୁ ଯିବା ବାଟରେ ଚାଲିଗଲା ଦାଦା, ପୁତୁରାଙ୍କ ଜୀବନ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ବନ୍ଦାଣିଆ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ । ଦୁର୍ଘଟଣାସ୍ଥଳରେ ୨ ଜଣ ବାଇକ୍‌ ଆରୋହୀ ମୃତ ।

ମୃତକଦ୍ୱୟ ହେଲେ ଯାଜପୁର ଜିଲ୍ଲାର ଟାଟାମାଇନ୍ସ ଅଞ୍ଚଳ ମଲ୍ଲାର ସାହିର ଡୁଗୁ ମାଙ୍କଡିଆ ଓ ସିଦ୍ଧାନ୍ତ ମାଙ୍କଡିଆ । ଦୁହେଁ ସମ୍ପର୍କରେ ଦାଦା ଓ ପୁତୁରା ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଉଭୟ ସକାଳେ ଗାଡ଼ିର କିସ୍ତି ଦେବାକୁ କାମାକ୍ଷାନଗର ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ବାଇକ୍ ପିଟି ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଉଭୟଙ୍କୁ ଚିକିତ୍ସା ପାଇିଁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ ।ଏନେଇ କଙ୍କଡାହାଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.