Latest Odisha News

BREAKING NEWS

ଅହମ୍ମଦାବାଦ ବୋମା ବିସ୍ଫୋରଣ ମାମଲା: ଦେଶର ଇତିହାସରେ ପ୍ରଥମ ଥର ପାଇଁ ଏକକାଳୀନ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ

ଅହମ୍ମଦାବାଦ: ୧୩ ବର୍ଷ ପରେ ୨୦୦୮ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାର ଶୁଣାଣୀ କରି ସ୍ୱତନ୍ତ୍ର କୋର୍ଟ ୩୮ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଏକାକାଳୀନ ଏତେ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି । ସମସ୍ତ ୪୯ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି । କୋର୍ଟ ପୀଡିତାଙ୍କୁ ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧ ଲକ୍ଷ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୮ ଜୁଲାଇ ୨୬ରେ ଘଟିଥିବା ବିସ୍ଫୋରଣରେ ୫୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।

୨୦୦୨ ଗୋଧ୍ରା ଦଙ୍ଗାର ପ୍ରତିଶୋଧ ନେବାକୁ ଇଣ୍ଡିଆନ ମୁଜାହୁଦ୍ଦିନର ଆତଙ୍କବାଦୀମାନେ ଏହି ଷଡଯନ୍ତ୍ର ରଚିଥିଲେ । ମାତ୍ର ୭୦ ମିନିଟରେ ବିଭିନ୍ନ ସ୍ଥାନରେ ୨୧ ବିସ୍ଫୋରଣ ହୋଇଥିଲା । ୨୯ଟି ବମ ଫୁଟିପାରି ନ ଥିଲା । ୭୮ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ସରକାରୀ ସାକ୍ଷୀ ହୋଇଥବା ବେଳେ ୨୯ଜଣ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ୮ଜଣଙ୍କୁ ଏବେ ବି ପୋଲିସ ଖୋଜୁଛି ।

Comments are closed, but trackbacks and pingbacks are open.