Latest Odisha News

BREAKING NEWS

ସଚିନଙ୍କୁ କୋହଲି ଏମିତି କଣ ଉପହାର ଦେଲେ ଯେ, ତାଙ୍କ ଆଖିରୁ ଅଶ୍ରୁ ଧାର ବୋହିଗଲା

ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏକ ସାକ୍ଷାତକାରରେ ବିରାଟ କୋହଲିଙ୍କ ଏକ ଉପହାର କିପରି ତାଙ୍କ ଆଖିରୁ ଲୁହ ଝରାଇଥିଲା ତାହା କହିଛନ୍ତି । ୧୬ ନଭେମ୍ବର ୨୦୧୩ରେ ସଚିନ ତାଙ୍କ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ଡ୍ରେସିଂ ରୁମରେ ମନଦୁଃଖରେ ବସିଥିବା ବେଳେ କୋହଲି ମୋ ନିକଟକୁ ଆସିଥିଲେ । ସେ ଏକ ଲାଲ ରଙ୍ଗର ସୂତା ସଚିନଙ୍କୁ ଦେଇଥିଲେ । ଯାହାକୁ ଦେଖି ମୋ ଆଖିରୁ ଲୁହ ଝରିଥିଲା । ଏହି ସୂତା କୋହଲିଙ୍କ ବାପା ସବୁବେଳେ ପିନ୍ଧିଥାନ୍ତି । ସେ ତାଙ୍କ ପୁଅକୁ ଶେଷ ପର୍ଯ୍ୟନ୍ତ ଏହାକୁ ପାଖରେ ରଖିବା ପାଇଁ କହିଥିଲେ ।

କୋହଲିଙ୍କୁ ସଚିନ ଏହାକୁ ଫେରାଇ ଦେଇଥିଲେ । ତୁମ ବାପାଙ୍କର ଏହି ଅମୂଲ୍ୟ ସମ୍ପଦର ହକଦାର ତୁମେ ନିଜେ । ଏହା ମୁଁ ନେଇପାରିବି ନାହିଁ ବୋଲି କହି କୋହଲିଙ୍କୁ କୁଣ୍ଢେଇ ପକେଇଥିଲେ । କୋହଲି କହିଥିଲେ, ଆପଣ ସବୁବେଳେ ମୋତେ ପ୍ରେରଣା ଯୋଗାଇଛନ୍ତି । ମୋ ପାଖରେ ଆପଣଙ୍କୁ ଦେବା ପାଇଁ ଏହାଠାରୁ ଆଉ କୌଣସି ମୂଲ୍ୟବାନ ପଦାର୍ଥ ନ ଥିଲା ।

Comments are closed, but trackbacks and pingbacks are open.