Latest Odisha News

BREAKING NEWS

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୪୯ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ: ଗୁଜରାଟର ସ୍ପେଶାଲ କୋର୍ଟ ବହୁ ଚର୍ଚ୍ଚିତ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣର ଶୁଣାଣୀ କରିଛନ୍ତି । ୪୯ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୨୮ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି । ୨୦୦୮ ଜୁଲାଇ ୨୬ରେ ଅହମ୍ମଦାବାଦର ୨୦ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏଥିରେ ୫୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୬ ଆହତ ହୋଇଥିଲେ । ୯୦୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଥିଲା । ବୋମା ତିଆରିଠାରୁ ଆରମ୍ଭ କରି ବିସ୍ଫୋରଣ ପର୍ଯ୍ୟନ୍ତ ସମସ୍ତ ଘଟଣାର ପୋଲିସ ତଦନ୍ତ କରିଥିଲା ।

ଏହି ଶୁଣାଣୀ କାଳ ମଧ୍ୟରେ ୯ ବିଚାରପତି ବଦଳି ସାରିଛନ୍ତି । ଯେଉଁ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିଛି, ସେମାନଙ୍କୁ ଦଣ୍ଡିତ କରାଯାଇଛି ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.