Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଯାଜପୁର: ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଯାଜପୁର ଜିଲା ଦଶରଥପୁର ପଂଚାୟତର ମୁଳାଢ଼ିଅ ମଶାଣି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି । ଦଶରଥପୁର ବ୍ଳକ କାର୍ଯ୍ୟାଳୟର ଦୂରରେ ପୂର୍ବତନ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ରାସ୍ତାଟି କିଛି ମାସ ତଳେ ନିର୍ମିତ ହୋଇଥିଲା । ମାତ୍ର ରାସ୍ତା ନିର୍ମାଣ ସରିବାର କିଛି ଦିନ ପରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖୋଦ ବ୍ଳକ ଦୁଆର ମୁହଁରେ ଯଦି ଏମିତି ଦୁର୍ନୀତି ତାହେଲେ ଅନ୍ୟ ଅଞ୍ଚଳରେ କିପରି କାମ ହେଉଥିବ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେଣୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Comments are closed, but trackbacks and pingbacks are open.