ବାରିପଦା:ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା AI କ୍ୟାମେରାରେ କଏଦ ଫଟୋଚିତ୍ର ଆଧାରରେ ବନବିଭାଗ ଚଢ଼ାଉ କରି ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କପ୍ତିପଦା ଥାନାର ଜେ.ଏସ. ଜାମଡିହା ଗ୍ରାମର ଦଶରଥ ସିଂ (୫୦)।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୫ ମିନିଟ ସମୟରେ ଜଙ୍ଗଲ ମଧ୍ୟରେ ଲାଗିଥିବା ଏଆଇ କ୍ୟାମେରାରୁ ଏକ ଫଟୋ ଆଲର୍ଟ ବନ ବିଭାଗକୁ ମିଳିଥିଲା। ଏହାପରେ ପୋଡ଼ାଡିହା ରେଞ୍ଜର ଏକ ସ୍ବତନ୍ତ୍ର ଟିମ୍ ଜଙ୍ଗଲ ମଧ୍ୟରେ ଅତର୍କିତ ଚଢ଼ାଉ କରିଥିଲେ ଓ ଶିକାରୀକୁ କାବୁ କରିବାରେ ସଫଳ ହୋଇଥିଲେ। ଏହି ଶିକାରୀ ଦଳରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ବନ ବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଡିଭିଜନର ଉପନିର୍ଦ୍ଦେଶକ
ଅଭିଯୁକ୍ତ ଠାରୁ ଗୋଟିଏ ହାତତିଆରି ଦେଶୀ ବନ୍ଧୁକ, ୧୫୫ ଗ୍ରାମ କଳା ବିସ୍ଫୋରକ, ୨୫ ଗ୍ରାମ ଧଳା ବିସ୍ଫୋରକ, ସାଇକେଲ ବଲ, ପିନ୍ ଓ ମାଚିସ ବକ୍ସ ପରି ଶିକାର ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ବାରିପଦା ସ୍ଥିତ CJM କୋର୍ଟରେ ହାଜର କରାଯାଇଛି।