Latest Odisha News

BREAKING NEWS

ବିଶ୍ୱରେ ଜଳ ସମସ୍ୟା ସୃଷ୍ଟି କରିପାରେ ଏଆଇ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆର୍ଟିଫିଶିୟାଲ ଇଂଟେଲିଜେନ୍ସର ବ୍ୟବହାର ବଢ଼ିବାରେ ଲାଗିଛି । ତେବେ ଆପଣମାନେ କେବେ ଚିନ୍ତା କରିଛନ୍ତି କି ଏଆଇର ଅତ୍ୟଧିକ ବ୍ୟବହାର ଆଗାମୀ ଦିନରେ ଜଳ ଏବଂ ବିଦ୍ୟୁତ ସମସ୍ୟା ସୃଷ୍ଟି କରିପାରେ । ଯାହାକୁ ନେଇ ବିଶେଷଜ୍ଞମାନେ ଏବେଠାରୁ ସତର୍କ କରାଇବା ଆରମ୍ଭ କରିଛନ୍ତି । ତେବେ ମନରେ ସ୍ୱତଃ ପ୍ରଶ୍ନ ଉଠୁଥିବ ଏଆଇ ବ୍ୟବହାର ଦ୍ୱାରା କିପରି ଜଳାଭାବ ଦେଖାଦେବ ।ଏଆଇରେ ପାଣିର ଖର୍ଚ୍ଚ: ଏଆଇକୁ ଭଲ ଭାବେ ଚଳାଇବା ପାଇଁ ଏକ ବଡ ଡାଟା ପ୍ରୋସେସିଂ ସେଂଟର କାର୍ଯ୍ୟ କରିଥାଏ । ଏଠାରେ ବିଦ୍ୟୁତ ଏବଂ ପାଣିର ଖର୍ଚ୍ଚ ଅଧିକ ହୋଇଥାଏ । ଡାଟା ସେଂଟର୍ସକୁ ସବୁ ସମୟରେ ଥଣ୍ଡା ରଖାଯିବା ଜରୁରୀ । କୁଲିଂ ଟାୱାର ଓ କୁଲିଂ ସିଷ୍ଟମ ସହାୟତାରେ ପାଣିର ବ୍ୟବହାର କରାଯାଇଥାଏ । ଯାହା ଫଳରେ ସର୍ଭର ଗରମ ହେବାରୁ ରକ୍ଷା ପାଇଥାଏ ।

ବିଜୁଳି ମଧ୍ୟ ଜରୁରୀ: ଏଆଇ ସେଂଟର୍ସରେ ବିଜୁଳିର ବହୂଳ ବ୍ୟବହାର କରାଯାଇଥାଏ । ଏଆଇ ମଡେଲ୍ସକୁ ରୂପରେଖ ଦେବା ପାଇଁ କମ୍ପ୍ୟୁଟର ସିଷ୍ଟମ କ୍ରମାଗତ ଭାବେ କାର୍ଯ୍ୟ କରିଥାଏ । ଏଥିପାଇଁ ବିଜୁଳିର ଆବଶ୍ୟକ ରହିଥାଏ । ଥର୍ମାଲ ପାୱାର ପ୍ଲାଂଟସଗୁଡିକରେ ବିଜୁଳି ଉତ୍ପାଦନ ପାଇଁ ମାତ୍ରାଧିକ ପାଣିର ବ୍ୟବହାର କରାଯାଇଥାଏ ।

ଚିନ୍ତାରେ ବିଶେଷଜ୍ଞ: ଏଆଇ ଟେକ୍ନୋଲୋଜିର ବ୍ୟବହାର ଏତେ ଶୀଘ୍ର ସାରା ବିଶ୍ୱକୁ ଘାରିବ ବୋଲି ବିଶେଷଜ୍ଞମାନେ ମଧ୍ୟ ଆଶା କରି ନ ଥିଲେ । ଏଆଇ ଆଗାମୀ ଦିନରେ ଅନେକ ସମସ୍ୟାର ଜନକ ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ପ୍ରଥମେ ପରିବେଶ କିପରି ସନ୍ତୁଳିତ ରହିବ ସେଥିପ୍ରତି ଯତ୍ନବାନ ହେବା ଜରୁରୀ । ଟେକ୍ନୋଲୋଜି ପରୋକ୍ଷରେ ଆମର କାଳ ସାଜିପାରେ ବୋଲି ସେମାନେ ଅନୁମାନ କରୁଛନ୍ତି ।

Comments are closed.