ନୂଆଦିଲ୍ଲୀ:ଚର୍ଚ୍ଚାରେ ଏବେ ଚାଟବଟ୍ । ଏଆଇ ଚାଟବଟ୍ ଟେକ୍ସାସ୍ ର ଜଣେ ୧୭ ବର୍ଷ ବୟସ୍କ ବାଳକକୁ ପରାମର୍ଶ ଦେଇଛି ଯେ, ସେ ତାଙ୍କ ପିତାମାତାଙ୍କୁ ହତ୍ୟା କରିବା ଉଚିତ କାରଣ ସେମାନେ ଫୋନ ବ୍ୟବହାରର ସ୍କ୍ରିନ ସମୟ ସୀମିତ କରୁଥିଲେ | ବାଳକର ପରିବାର ଚାଟବଟ୍ କମ୍ପାନୀ Character.AI ବିରୋଧରେ ଏତଲା ଦାୟର କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ଏହି ଚାଟବଟ୍ ହିଂସାକୁ ପ୍ରୋତ୍ସାହିତ କରୁଛି।
ମିଡିଆ ରିପୋର୍ଟ ଅନୁସାରେ, ୧୭ ବର୍ଷର ଏକ ବାଳକକୁ ଏଆଇ ଚାଟବଟ୍ ପରାମର୍ଶ ଦେଇଛି ଯେ ନିଜ ବାପା ମାଙ୍କୁ ହତ୍ୟା କରିଦିଅ । Character.AIର ଏପରି ପରାମର୍ଶ ଦେବାକୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ବି ଫ୍ଲୋରିଡାର ଜଣେ ଯୁବକଙ୍କୁ ଚାଟବଟ୍ ଆତ୍ମହତ୍ୟାର ପରମାର୍ଶ ମଧ୍ୟ ଦେଇସାରିଛି ।
ଏହା ବ୍ୟତୀତ ଗୁଗୁଲକୁ ମଧ୍ୟ ମକଦ୍ଦମାରେ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି। କାରଣ Character.AI ବନେଇବାରେ ଗୁଗଲର ବି ମଧ୍ୟ ଏକ ଭୂମିକା ଅଛି |
ଜଣେ ୧୭ ବର୍ଷର ବାଳକ ଏବଂ ଚାଟବଟର କଥାବାର୍ତ୍ତାର ସ୍କ୍ରିନସଟ୍ କୋର୍ଟ ସହିତ ସେୟାର କରାଯାଇଛି| ପିତାମାତାଙ୍କ ଦ୍ବାରା ଲଗାଯାଇଥିବା ସ୍କ୍ରିନ୍ ଅବଧି ସୀମା ବିଷୟରେ ଉଭୟ କଥାବାର୍ତ୍ତା ହୋଇଥିଲା ।
ଏହି ପ୍ଲାଟଫର୍ମର ଆରମ୍ଭ ୨୦୨୧ ହୋଇଛି । ଏହାକୁ ପୂର୍ବତନ ଗୁଗୁଲ ଇଞ୍ଜିନିୟର ନୋମ୍ ଶାଜିର , ଡାନିଏଲ୍ ଡି ଫ୍ରିଟାସ୍ ବନେଇଥିଲେ । ଏବେ ଚାଟବଟ୍ ର ବ୍ୟବହାର ମନୋରଞ୍ଜକ କଥାବାର୍ତ୍ତା ପାଇଁ କରାଯାଏ ।