Latest Odisha News

BREAKING NEWS

କ୍ରିକେଟରେ ଏଆଇର ଏଂଟ୍ରି

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସିର ବ୍ୟବହାର ଏବେ ପ୍ରାୟ ସମସ୍ତ କ୍ଷେତ୍ରରେ ହେବା ଆରମ୍ଭ ହୋଇଛି । ଆଇସିସି ମହିଳା ଦିିନିକିଆ ବିଶ୍ୱକପ କ୍ରିକେଟରେ ଏହାକୁ ବ୍ୟବହାର କରାଯାଉଛି । ଏଥିସହ କ୍ରିକେଟରେ ଏଆଇର ଏଂଟ୍ରି ହୋଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଅବସରରେ ଏଆଇ ପିଚ ରିପୋର୍ଟ ପ୍ରଦାନ କରିଥିଲା । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟିକା ମିଥାଲୀ ରାଜ ଗୁଗଲ ଜେମିନୀ ଏଆଇ ଟୁଲ ସହିତ ମିଶି ପିଚ ରିପୋର୍ଟ ପ୍ରଦାନ କରିଥି ଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଆଇ ପିଚ ରିପୋର୍ଟ ସଠିକ ମଧ୍ୟ ହୋଇଥିଲା । ପିଚରେ ଘାସ କମ ଅଛି । ଏହା ଚିକ୍କଣ ଓ ବ୍ୟାଟ୍ସମ୍ୟାନ ଉପଯୋଗୀ ପିଚ ।

ଗରମ ପରିବେଶ ଯୋଗୁ ବଲ ସୁଇଂ କରିବ ନାହିଁ ବୋଲି ଏଆଇ କହିଥିଲା । ଟିମ ଇଣ୍ଡିଆ ପ୍ରଥମରୁ ଧୀମା ବ୍ୟାଟିଂ ପ୍ରଦର୍ଶନ କରିଥିଲା । ମାତ୍ର ଶେଷ ଭାଗରେ ପିଚ ଏଆଇ ରିପୋର୍ଟ ଅନୁସାରେ ବ୍ୟାଟ୍ସମ୍ୟାନ ଉପଯୋଗୀ ହୋଇଥିଲା ଏବଂ ଭାରତ ୨୫୧ ରନ ସଂଗ୍ରହ କରିଥିଲା । ତେବେ କ୍ରିକେଟରେ ଏଆଇର ବ୍ୟବହାରକୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି । କେହି କେହି ଏହାକୁ କ୍ରିକେଟର କ୍ଷତି ବୋଲି ମଧ୍ୟ ଦର୍ଶାଇଛନ୍ତି ।

Comments are closed.