Latest Odisha News

BREAKING NEWS

ହୋଇଯାଆନ୍ତୁ ସାବଧାନ, ନକଲି ଚେକ୍ ବନାଉଛି AI

ନୂଆଦିଲ୍ଲୀ: ଦେଶ ଏବଂ ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟବହାର ବୃଦ୍ଧି ପାଉଛି। AI ଏବେ ଏତେ ଉନ୍ନତ ହୋଇଯାଇଛି ଯେ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା କଷ୍ଟକର।

ChatGPT Images 2.0 ବ୍ୟବହାର କରି ତିଆରି ହୋଇଥିବା ଏକ ବ୍ୟାଙ୍କ ଚେକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ସମ୍ପୂର୍ଣ୍ଣ ଅସଲି ଦେଖାଯାଉଥିଲା। UCO ବ୍ୟାଙ୍କ ନାମରେ ତିଆରି ହୋଇଥିବା ଏହି ଚେକ୍ ଲୋକଙ୍କୁ ଚକିତ କରିଦେଇଛି। ଅନେକ ୟୁଜର୍ସ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ ନେଇ ଚିନ୍ତା ପ୍ରକାଶ କରିଥିଲେ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି ପୋଷ୍ଟକୁ ଶିରିଶ ନାମକ ଜଣେ ୟୁଜର୍ସ X ରେ ସେୟାର କରିଛନ୍ତି। ଶିରିଶ ଦାବି କରିଛନ୍ତି ଯେ ଏହି ବ୍ୟାଙ୍କ ଚେକ୍ ChatGPT Images 2.0 ବ୍ୟବହାର କରି ତିଆରି କରାଯାଇଛି। ଚେକତିଟ UCO ବ୍ୟାଙ୍କର ବୋଲି ଦାବି କରାଯାଉଥିଲା ବେଳେ ଏଥିରେ ୬୯,୦୦୦ ଟଙ୍କା ଥିଲା। ଚେକର ତଳେ ଆକାଉଣ୍ଟ ନମ୍ବର, ଶାଖା ବିବରଣୀ, ସିଗ୍ନେଚର ଲାଇନ ଏବଂ MICR କୋଡ୍ ସମେତ ସମସ୍ତ ଆବଶ୍ୟକୀୟ ବୈଶିଷ୍ଟ୍ୟ ରହିଛି, ଯାହା ଫଳରେ ଏହା ସମ୍ପୂର୍ଣ୍ଣ ଅସଲି ଭଳି ଦେଖାଯାଉଥିଲା।

 

Comments are closed.