Latest Odisha News

BREAKING NEWS

‘ରାଜ୍ୟରେ ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI’

ଭୁବନେଶ୍ୱର:ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ। ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇପାରନ୍ତି ଶାସକ ଏବଂ ବିରୋଧୀ । ଗତ ୧୭ ମାସରେ ଜଳିଗଲାଣି ୪ ହଜାର ୬୦୯ ହେକ୍ଟର ଜଙ୍ଗଲ। ଗୃହରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଜୁଲାଇ ୨୦୨୪ରୁ ଆଜିଯାଏଁ ୪ ହଜାର ୬୦୯ ହେକ୍ଟର ଜଙ୍ଗଲ ନିଆଯଁରେ କ୍ଷତିଗ୍ରସ୍ତ ହୋଇଛି । ଗତ ୨ ବର୍ଷରେ ୫୬ ହଜାର ୮୮୦ ହେକ୍ଟର ଜଙ୍ଗଲ ଜମିରେ ଚାରାରୋପଣ କରାଯିବ।ଚାରାରୋପଣ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର।

ମନ୍ତ୍ରୀ ଆହୁରି କହିଛନ୍ତି ଜଙ୍ଗଲ ନିଆଁକୁ ଟ୍ରକିଙ୍ଗ କରୁଛି ଜିପିଏସ। ମାଟିର ଉର୍ବରତା ପାଇଁ ଘଞ୍ଚ ଜଙ୍ଗଲରେ ନିଆଁ ଲଗାଯାଉଛି। କିଛି ଜାଗାରେ ଆଦିବାସୀମାନେ ଜଙ୍ଗଲରେ ନିଆଁ ଲଗାଇଥାନ୍ତି। ମକର ପରେ ପରେ ନିଜ ଜମିର ଉର୍ବରତା ବଢ଼ାଇବା ପାଇଁ ସେମାନେ ଜଙ୍ଗଲ ପୋଡ଼ି ଥାନ୍ତି।

ଏବେ ଜିପିଏସ ସିଷ୍ଟମ ଦ୍ୱାରା ନିଆଁକୁ ଟ୍ରାକିଙ୍ଗ କରାଯାଉଛି। ଆଧୁନିକ ଜ୍ଞାନ କୌଶଳ ଏଆଇର ବ୍ୟବହାର କରାଯାଇ ଜଙ୍ଗଲ ନିଆକୁ ରୋକାଯାଇ ପାରୁଛି ଏବଂ ଶିକାରୀଙ୍କୁ ମଧ୍ୟ ରୋକାଯାଇପାରୁଛି। ଜୀବଜନ୍ତୁ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲ ରେ ନିଆଁ କମିଛି ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହଖୁଣ୍ଟିଆ କହିଛନ୍ତି ।

 

Comments are closed.