Latest Odisha News

BREAKING NEWS

ଭାଇରାଲ ହେଉଛି ଜଗନ୍ନାଥଙ୍କ ଏହି ଫଟୋ

ଭୁବନେଶ୍ୱର: କୋଟି କୋଟି ହୃଦୟକୁ କଷ୍ଟ ଦେଉଛି ଏଆଇ ଫଟୋ । ସେ ପୁଣି ଆଉ କାହାର ନୁହେଁ, ପ୍ରଭଉ ଜଗନ୍ନାଥଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଜଗନ୍ନାଥପ୍ରେମୀଙ୍କୁ କଷ୍ଟ ଦେଇଛି । ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସ୍ଥାନ ପାଇଛି । ଯାହାକୁ ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି ।

ବଡଦାଣ୍ଡରେ ଶ୍ରୀଜିଉଙ୍କ ମୂର୍ତ୍ତି ରହିଛି । ଆଉ ସିଂହଦ୍ୱାର ସମ୍ମୁଖରେ ଏକ କ୍ରେନ ସାହାଯ୍ୟରେ କ୍ଷୀର ଢଳା ଯାଇଛି । ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଜାଲା ବିସଭରାଜ ସିଂ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରେ ଏପରି ଏକ ଭିଡିଓ ଅପଲୋଡ ହୋଇଛି । ଭିଡିଓ ଅପଲୋଡ ହେଲା ପରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ଶ୍ରୀଜିଉଙ୍କୁ ଶୀତ ବସ୍ତ୍ର ପିନ୍ଧା ଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାଙ୍କ ନିର୍ଦ୍ଦେଶରେ ଏ ପୃଥିବୀ ଚାଲିଛି ତାଙ୍କୁ ନେଇ ଏଭଳି ପରିକଳ୍ପନା କରିବା ଠିକ ନୁହେଁ ବୋଲି ଜଗନ୍ନାଥପ୍ରେମୀ ମାନେ କହିଛନ୍ତି ।

ତୁରନ୍ତ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଆଗରୁ ଶ୍ରୀମନ୍ଦିର ମଧ୍ୟରେ ଫଟୋ ଭାଇରାଲ ହେଉଥିଲା, ଆଉ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉଥିଲା । ତେଣୁ ଏହି ଘଟଣାରେ ମଧ୍ୟ ସେମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ବୋଲି ଦାବି ହୋଇଛି । ଜଗନ୍ନାଥଙ୍କ ବିଷୟରେ ଯିଏ କିଛି ନଜାଣିଥିବ ସେମାନେ ଏମିତି ପରିକଳ୍ପନା କରିବେ । ତେଣୁ ଜଗନ୍ନାଥଙ୍କୁ ଅପମାନ କେବେବି ବରଦାସ୍ତ କରାଯିବନି ବୋଲି କୁହାଯାଇଛି ।

Leave A Reply

Your email address will not be published.