Latest Odisha News

BREAKING NEWS

ଏଣିକି ଦ୍ଵାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ AI ଟେକ୍ନୋଲୋଜି

ଭୁବନେଶ୍ୱର: ଏଣିକି ଦ୍ଵାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ AI ଟେକ୍ନୋଲୋଜି। ଘରେ ବସି AI ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ଦକ୍ଷତା ଜାଣିହେବ। ବିଭିନ୍ନ ମଡ୍ୟୁଲ୍‌ର ପ୍ରଶ୍ନ ରଖିବ AI ଏବଂ ଉତ୍ତର ଦେବେ ପରୀକ୍ଷାର୍ଥୀ।

ଏଭଳି ପରୀକ୍ଷା ପ୍ରସ୍ତୁତି ପୋର୍ଟାଲ ଲଞ୍ଚ୍‌ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏଥିରେ ପିଲାମାନେ ଅଧ୍ୟାୟ ଆଧାରିତ ଅଭ୍ୟାସ ମଡ୍ୟୁଲ, ମକ୍ ପରୀକ୍ଷା ପ୍ରସ୍ତୁତି କରିପାରିବେ। JEE, NEET, CLAT ଭଳି ପରୀକ୍ଷା ପ୍ରସ୍ତୁତି ମଧ୍ୟ କରିପାରିବେ।

 

Comments are closed.