ଲଣ୍ଡନ: ଟେନିସର ସବୁଠାରୁ ପୁରାତନ ଟୁର୍ଣ୍ଣାମେଂଟ ୱିମ୍ବେଲଡନରେ ଏଥର ଆର୍ଟିଫିସିଆଲ ଇଂଟେଲଜେନ୍ସି ମାଧ୍ୟମରେ କମେଂଟ୍ରି କରାଯିବ । ଜୁଲାଇ ୩ରୁ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତି ବିଶେଷ ବିନା ସମ୍ପୂର୍ଣ୍ଣ ଭାବେ ଜ୍ଞାନକୌଶଳର ବ୍ୟବହାର କରାଯାଇ କମେଂଟ୍ରି କରାଯିବ । ୧୯୩୭ରେ ବିବିସି ପ୍ରଥମ ଥର ପାଇଁ ୱିମ୍ବେଲଡନରେ ଲାଇଭ କମେଂଟ୍ରି କରିଥିଲା । ନିକଟରେ ୟୁଏସ ମାଷ୍ଟର୍ସ ଗଲ୍ôଫ ଟୁର୍ଣ୍ଣାମେଂଟରେ ଏଆଇ କମେଂଟ୍ରି କରିଥିଲା । ଅଲ ଇଂଲଣ୍ଡ କ୍ଲବ ଏଆଇ କମେଂଟେଟରକୁ ଆଇବିଏମ ମାଧ୍ୟମରେ ଲଂଚ କରାଯିବ । କେତେକ ରିପୋର୍ଟ ଅନୁସାରେ ଏଆଇ ମହାନ ଖେଳାଳି ତଥା ଭାଷ୍ୟକାର ଜନ ମ୍ୟାକନୋର ଓ ୱିଲ ଥ୍ରେଲଫୋଲଙ୍କ ସ୍ୱର ମାଧ୍ୟମରେ କମେଂଟ୍ରି କରିବ ।
ଟେନିସ ବିଶେଷଜ୍ଞ ଅବଶ୍ୟ ଏ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ସେମାନଙ୍କ କହିବା ଅନୁସାରେ ଏଆଇ ମନୁଷ୍ୟଙ୍କ ପରି ଭାଷା, ଉତେଜନା ଓ ମଜାକିଆ ଢ଼ଙ୍ଗ କେଉଁଠାରୁ ଆଣିବ ? ଦର୍ଶକମାନେ କମେଂଟ୍ରି ବେଳେ ସେଭଳି କିଛି ବ୍ୟତିକ୍ରମ ଅନୁଭବ କରିବେ ନାହିଁ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।
Comments are closed.