Latest Odisha News

BREAKING NEWS

ହୃଦଘାତରେ AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ

ଚେନ୍ନାଇ : AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ । ହୃଦଘାତରେ ସାଂସଦ ମହମ୍ମଦ ଜନଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କ ୭୩ ବର୍ଷ ବୟସ ହୋଇଥିଲା । ତାମିଲନାଡୁରୁ ଏଆଇଏଡିଏମକେ ପକ୍ଷରୁ ରାଜ୍ୟସଭାରୁ ପ୍ରତିନିଧିତ୍ବ କରୁଥିଲେ ମହମ୍ମଦ ଜନ ।

ଗତ ୨୦୧୧ ସାଧାରଣ ନିର୍ବାଚନରେ ଡିଏମକେ ପାର୍ଟିର ଆର ଗାନ୍ଧୀଙ୍କୁ ପରାସ୍ତ କରିଥିଲେ ମହମ୍ମଦ ଜନ । କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ସଂସଦରେ ସମର୍ଥନ କରି ନିଜ ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁଙ୍କ ଟାର୍ଗେଟକୁ ଆସିଥିଲେ ମହମ୍ମଦ । ସଂସଦରେ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ଭୋଟ୍ ଦେବା ପରେ ମୁସଲିମ ଜମାତ ପରିଷଦରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା । ୨୦୧୯ରେ ରାଜ୍ୟସଭା ସାଂସଦ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.